www.samajalive.in
Friday, December 5, 2025
27.1 C
Bhubaneswar

ଆଜି ରାଜ୍ୟରେ ଚିହ୍ନଟ ୭ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କଲେ ରାଜ୍ୟ ସରକାର

ସମାଜ ପୋର୍ଟାଲ ଡେସ୍କ : ରାଜ୍ୟରେ ଆଜି ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି । ସେଥିରୁ ଭଦ୍ରକରୁ ୩ ଜଣ ହୋଇଥିବା ବେଳେ ସୁନ୍ଦରଗଡରୁ ୪ ଜଣ ଆକ୍ରାନ୍ତ ରହିଛନ୍ତି । ଏହାରି ମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଜି ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତଙ୍କ ବିବରଣୀ ପ୍ରଦାନ କରିଛି । ଭଦ୍ରକରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରେ ଦୁଇ ଜଣ ବାସୁଦେବପୁର ବ୍ଲକର ରହିଥିବା ବେଳେ ଜଣେ ବନ୍ଥ ବ୍ଲକର ରହିଛନ୍ତିି । ଏହି ୩ ଜଣ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୪୫,୨୯ ଓ ୨୮ ବର୍ଷ ବୋଲି ସୂଚନା ମିଳିଛି । ଏମାନଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଭଦ୍ରକରୁ ଆଜି ଚିହ୍ନଟ ୩ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । 


ସେହିପରି ଆଜି ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରେ ସୁନ୍ଦରଗଡ ଜିଲାରୁ ୪ ଜଣ ରହିଥିଲେ । ସେମାନେ ସମସ୍ତେ ରାଉରକେଲାର ନାଲାରୋଡ ଅଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ୪ ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଥିବା ବେଳେ ଦୁଇ ଜଣ ପୁରୁଷ ରହିଛନ୍ତି । ଦୁଇ ମହିଳାଙ୍କ ବୟସ ଯଥାକ୍ରମେ ୫୫, ୩୫ ଥିବା ବେଳେ ଦୁଇ ପୁରୁଷଙ୍କ ବୟସ ଯଥାକ୍ରମେ ୩୮, ୨୭ ବର୍ଷ ରହିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।  ଏମାନେ ସମସ୍ତେ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି। ସମସ୍ତଙ୍କ ନିକଟରେ ଅଳ୍ପ କିଛି କରୋନା ଲକ୍ଷଣ ଦେଖା ଦେଇଥିଲା । ତେବେ ଏମାନେ ପୁରୁଣା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ନା ଏମାନେ କୁଆଡ଼େ ଯାଇଥିଲେ ଓ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେସବୁର କଣ୍ଟ୍ରାକ୍ଟ ଟ୍ରେସିଂ ଚାଲିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories