www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ରାଜ୍ୟରେ ଚିହ୍ନଟ ୭ ପଜିଟିଭଙ୍କ ମଧ୍ୟରେ ୩ ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ୍

ସମାଜ ପୋର୍ଟାଲ ଡେସ୍କ : ଆଜି ରାଜ୍ୟରେ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୭ ଚିହ୍ନଟ ହେବାପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧୮ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରେ ୪ ଜଣ ସୁନ୍ଦରଗଡର ହୋଇଥିବା ବେଳେ ୩ ଜଣ ଭଦ୍ରକର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା । ଏଥି ସହିତ ଭଦ୍ରକରେ ବର୍ତ୍ତମାନ ସୁଦ୍ଧା ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗର ସୂଚନା ପରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଜିଲାର ୩ ଆକ୍ରାନ୍ତଙ୍କ ସୂଚନା ପ୍ରଦାନ କରାଯାଇଛି । ଜିଲାପ୍ରଶାସନ ପକ୍ଷରୁ କରାଯାଇଥିବା ଟ୍ବିଟ୍ ଅନୁସାରେ ଜିଲାରୁ ଆଜି ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ବାସୁଦେବପୁର ବ୍ଲକ ଏବଂ ଜଣେ ବନ୍ଥ ବ୍ଲକର ବ୍ୟକ୍ତି ଅଛନ୍ତି । ଏମାନେ ସମସ୍ତେ ପୁରୁଷ ହୋଇଥିବା ବେଳେ ଏମାନଙ୍କ ପଶ୍ଛିମବଙ୍ଗ ଲିଙ୍କ ରହିଛି । ଏହା ଜଣାପଡିବା ପରେ ଜିଲା ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ କଣ୍ଟାଣ୍ଟ ଟ୍ରେସିଂ କରାଯିବା ସହ ଭଦ୍ରକ ସୀମାକୁ ସିଲ୍ କରିଦିଆଯାଇଛି ।


ସେହିପରି ଆଜି ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରେ ୪ ଜଣ ସୁନ୍ଦରଗଡ ଜିଲାରୁ ରହିଛନ୍ତି । ସୁନ୍ଦରଗଡ ଜିଲାରୁ ଆଜି ଚିହ୍ନଟ ହୋଇଥିବା ୪ ଜଣ ରାଉରକେଲାର ନାଲା ରୋଡର ହୋଇଥିବା ବେଳେ ସମସ୍ତେ ଗୋଟେ ପରିବାର ଅଟନ୍ତି  ବୋଲି ଜଣାପଡିଛି। ଏହି ୪ ଜଣ ଚିହ୍ନଟ ହେବାପରେ ସୁନ୍ଦରଗଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories