www.samajalive.in
Tuesday, December 9, 2025
15.1 C
Bhubaneswar

ଆମେରିକୀୟ ବୈଜ୍ଞାନିକଙ୍କ ଦାବି: ସୂର୍ଯ୍ୟଙ୍କ କିରଣରେ ଶୀଘ୍ର ନଷ୍ଟ ହେଉଛି କରୋନା ଭୂତାଣୁ

ୱାଶିଂଟନ: ମହାମାରୀ କରୋନା ଭୂତାଣୁର ଭ୍ୟାକ୍ସିନକୁ ନେଇ ବିଶ୍ଵବ୍ୟାପୀ ଗବେଷେଣା ଜାରି ରହିଥିଲେ ହେଁ କୌଣସି ରାଷ୍ଟ୍ର ଏଯାଏ ସଫଳତା ପାଇପାରି ନାହାନ୍ତି। ଏହା ମଧ୍ୟରେ ଏକ ନୂଆ ଗବେଷଣା କୁହାଯାଇଛି ଯେ ସୂର୍ଯ୍ୟଙ୍କ କିରଣରେ କରୋନା ଭୂତାଣୁ ଶୀଘ୍ର ନଷ୍ଟ ହୋଇଯାଉଛି। ଆମେରିକୀୟ ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି।

ଡିପାର୍ଟମେଣ୍ଟ ଅଫ ହୋମଲାଣ୍ଡ ସିକ୍ୟୁରିଟି ସେକ୍ରେଟୋରୀର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପରାମର୍ଶଦାତା ୱିଲିୟମ ବ୍ରାଏନ ହ୍ବାଇଟ୍‌ହାଉସରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ବୈଜ୍ଞାନିକମାନେ କରୋନା ଭୂତାଣୁ ଉପରେ ଅତିବାଇଗଣି ରଶ୍ମିର ଶକ୍ତିଶାଳୀ ପ୍ରଭାବ ଦେଖିଛନ୍ତି। କିନ୍ତୁ ଅତ୍ୟଧିକ  ଗରମ ହେଲେ କରୋନାର ପ୍ରଭାବ କମ୍‌ ରହିବ ବୋଲି ୱିଲିୟମ କହିଛନ୍ତି। ସେ କହିଛନ୍ତି, ଆମ ଗବେଷଣାରେ ବର୍ତ୍ତମାନ ସୁଦ୍ଧା ଏହା ଜଣାପଡ଼ିଛି ଯେ, ସୂର୍ଯ୍ୟ କିରଣ ଉଭୟ ଭୂପୃଷ୍ଠ ଏବଂ ବାୟୁରେ ଏହି ଭୂତାଣୁକୁ ମାରିବାର କ୍ଷମତା ରଖିଛି। ଅଧିକ ତାପମାତ୍ରା ଏବଂ ଆର୍ଦ୍ରତାରେ ସମାନ ପ୍ରଭାବ ଦେଖିବାକୁ ମିଳିଛି। ଅର୍ଥାତ ତାପମାତ୍ରା ଏବଂ ଆର୍ଦ୍ରତା ବୃଦ୍ଧି ଭୂତାଣୁ ପାଇଁ ହାନିକାରକ ଅଟେ। ତେବେ ଗବେଷଣାକୁ ସମୀକ୍ଷା କରିବା ଲାଗି ଏହାର ପ୍ରକାଶ କରାଯାଇ ନାହିଁ ବୋଲି ୱିଲିୟମ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories