www.samajalive.in
Thursday, December 11, 2025
23.1 C
Bhubaneswar

ନବୀନଙ୍କ ନିକଟରେ ସରପଞ୍ଚଙ୍କ ଶପଥ ’ ଗାଁରେ ପୂରେଇ ଦେବୁନି କରୋନା’

ଭୁବନେଶ୍ବର (ବ୍ୟୁରୋ): କରୋନା ଏବେ ଗାଁ ମୁହାଁ । ରାଜ୍ୟ ବାହାରୁ ଗାଁକୁ ଗଳିପଶି ଆସୁଥିବା ଲୋକମାନେ ହିଁ କରୋନାକୁ ବୋହି ଆଣୁଛନ୍ତି । ହେଲେ ଏଥର ଆଉ ଗାଁରେ ପଶି ପାରିବନି କରୋନା । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରାଜ୍ୟର ସମସ୍ତ ସରପଞ୍ଚ ଶପଥ ନେଇଛନ୍ତି । ସେମାନେ ଗାଁରେ କରୋନା ପୂରାଇ ଦେବେ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସରପଞ୍ଚମାନଙ୍କୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସରପଞ୍ଚମାନଙ୍କୁ ଶପଥ କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ର ମାନିଛନ୍ତି ସରପଞ୍ଚ । ଜିଲାପାଳ ସମ କ୍ଷମତା ପାଇଥିବା ସରପଞ୍ଚମାନେ ଏଥର ଗାଁ ଜଗିବେ, କରୋନାକୁ ଦୂରକୁ ହଟାଇବେ । କରୋନା ବିରୁଦ୍ଧରେ ସାରା ବିଶ୍ୱବ୍ୟାପୀ ଜାରି ରହିଥିବା ଲଢେଇରେ ଓଡିଶା ବି ବାଦ୍ ପଡିନି । ରାଜ୍ୟରେ କରୋନାଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଯାଇଛି । ରାଜ୍ୟବ୍ୟାପୀ ଯେଭଳି କରୋନାର ପ୍ରକୋପ ଥମିବାର ନା ଧରୁନି । ଏଭଳି ପରିସ୍ଥିତିରେ କରୋନା କବଳକୁ ଓଡିଶାବାସୀଙ୍କୁ କିଭଳି ସୁରକ୍ଷିତ ରଖାଯିବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ନୂଆ ନୂଆ ରଣନୀତିମାନ ଗ୍ରହଣ କରାଯାଉଛି । ଇତିମଧ୍ୟରେ କରୋନା ମୁକାବିଲା ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ସାମିଲ କରାଯାଇଛି ଏବଂ ନିଜେ ମୁଖ୍ୟମନ୍ତ୍ରୀ ଏହାକୁ ତତ୍ତ୍ବାବଧାନ କରିଛନ୍ତି । 

- Advertisement -

ବୁଧବାର ରାଜ୍ୟର ୬ ହଜାର ୭ଶହ ୯୮ ପଞ୍ଚାୟତ ପ୍ରତିନିଧିଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚାୟତ ପ୍ରତିନିଧିମାନଙ୍କ ସହିତ  ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ । ସରପଞ୍ଚ ମାନେ ନିକଟସ୍ଥ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂରେ ରହିଥିଲେ । ୨ ଦିନ ତଳେ ସରପଞ୍ଚଙ୍କୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିବା ପରେ, ଏବେ ସେମାନଙ୍କ ସହ ଆଲୋଚନା କରି କୋଭିଡ୍ ୧୯ ପରିଚାଳନାରେ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ଗାଁକୁ ଆସୁଥିବା ଲୋକମାନଙ୍କୁ ସଙ୍ଗରୋଧରେ ରଖାଯିବା, ସେମାନଙ୍କୁ ଖାଦ୍ୟପେୟ ସହ ପ୍ରୋତ୍ସାହନ ଭତ୍ତା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ସରପଞ୍ଚମାନଙ୍କୁ ଏହାର ଦାୟିତ୍ବ ଦିଆଯାଇଛି ।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories