www.samajalive.in
Sunday, December 7, 2025
16.1 C
Bhubaneswar

ଦିଲ୍ଲୀର କଣ୍ଟେନମେଣ୍ଟ ଜୋନରେ ଲୋକଙ୍କ ଦାବି – ବିରିୟାନି, ସିଙ୍ଗଡା, ପିଜା

ନୂଆଦିଲ୍ଲୀ : କରୋନା ଭାଇରସ ପାଇଁ ଦିଲ୍ଲୀରେ ୭୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ସରକାର ସ୍ଥାନୀୟ ପ୍ରଶାସନ ଓ ସେଠାରେ ନିୟୋଜିତ ହୋଇଥିବା ପୁଲିସ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି। କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଲୋକଙ୍କ ଦାବି ଏଭଳି ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ।

ସେଠାକାର ପୁଲିସ ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ, ଲୋକମାନେ ଏପରି ଜିନିଷ ଦାବି କରୁଛନ୍ତି ଯାହା ଆଶ୍ଚର୍ୟ୍ୟଜନକ। ଲୋକମାନେ ଚିକେନ୍ ବିରିୟାନି, ମଟନ୍, ପିଜା, ମିଠା ଏବଂ ଗରମ ସମୋସା ବା ସିଙ୍ଗଡା ଦାବି କରୁଛନ୍ତି।

- Advertisement -

ସୂଚନାଯୋଗ୍ୟ, କଣ୍ଟେନମେଣ୍ଟ ଜୋନରେ ଘରୁ ବାହାରିବାକୁ ଲୋକଙ୍କୁ ଅନୁମତି ନାହିଁ। ସ୍ଥାନୀୟଲୋକ ପ୍ରଶାସନକୁ ଫୋନ କରି ଆବଶ୍ୟକ ସାମଗ୍ରୀ ଦାବି କରିବେ। ଏଥିପାଇଁ ପ୍ରଶାସନ ଏବଂ ପୁଲିସ୍ ପକ୍ଷରୁ ହ୍ବାଟ୍-ଅପ୍ ଗ୍ରୁପ୍ କରାଯାଇଛି। ଯାହା ମାଧ୍ୟମରେ ସ୍ଥାନୀୟ ଲୋକେ ନିଜର ମୌଳିକ ଆବଶ୍ୟକତା ମାଗି ପାରିବେ ଏବଂ ପ୍ରଶାସନ ପକ୍ଷରୁ ତାହା ପୂରଣ କରାଯିବ। ପୁଲିସ କର୍ମଚାରୀ ନିଜେ ନେଇ ସେମାନଙ୍କ ଘରେ ଜିନିଷ ପହଞ୍ଚାଇବେ।

ନରେଲାସ୍ଥିତ ଏକ କ୍ୱାରାଣ୍ଟିନ୍ ସେଣ୍ଟରରେ ନିୟୋଜିତ ଥିବା ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ନ୍ୟୁଜ୍ ଏଜେନ୍ସି ପିଟିଆଇ କୁ କହିଛନ୍ତି ଯେ, ଦେଶର ଏଭଳି ପରିସ୍ଥିତିରେ ଅନେକ ଲୋକ ଫୋନ କରି ଚିକେନ୍ ବିରିୟାନି ଏବଂ ମଟନ୍ ଦାବି କରୁଛନ୍ତି। ଦକ୍ଷିଣ ଦିଲ୍ଲୀରେ ଅନେକ ଲୋକ ପିଜା ଏବଂ ଗରମ ସମୋସା ବା ସିଙ୍ଗଡା ପାଇଁ ଦାବି କରୁଛନ୍ତି। ସେହିଭଳି ପୂର୍ବ ଏବଂ କେନ୍ଦ୍ରୀୟ ଜିଲ୍ଲାର ଅନେକ ଲୋକ ମିଠା ଦାବି କରୁଛନ୍ତି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏଭଳି ଦାବି ପୂରଣ କରାଯାଉନାହିଁ। କାରଣ ଦେଶର ସଙ୍କଟ ସମୟରେ ଆମର କର୍ତ୍ତବ୍ୟ ହେଉଛି ଆମେ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଦାବି ପୂରଣ କରିବା। ପନିପରିବା, ପାଣି ଏବଂ କ୍ଷୀର ଭଳି ଅତ୍ୟାବଶ୍ୟକୀୟ ଦ୍ରବ୍ୟର ବିତରଣ ତୁରନ୍ତ କରାଯିବ। କିନ୍ତୁ ଅସ୍ୱାଭାବିକ ଦାବି ପୂରଣ କରାଯିବନାହିଁ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories