www.samajalive.in
Saturday, December 6, 2025
26.1 C
Bhubaneswar

ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ଆଇଆଇଏମ ସମ୍ବଲପୁର

ସମ୍ବଲପୁର: କରୋନା ସଂକ୍ରମଣ ଭୟରେ ଲକ୍‌ଡାଉନ ଯୋଗୁ ସମ୍ବଲପୁର ଅଂଚଳରେ ବହୁ ଗରିବ ଅସହାୟ ଲୋକେ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ଆଇଆଇଏମ ସମ୍ବଲପୁର। ସଂସ୍ଥା ପକ୍ଷରୁ ଲୋକଙ୍କୁ ଖାଦ୍ୟ, ବାସଗୃହ ସହ ଅନ୍ୟାନ୍ୟ ମୌଳିକ ସହାୟତା ପ୍ରଦାନ କରୁଥିବା ବେଳେ କରେନାକୁ ପ୍ରତିହତ କରିବାକୁ ସାମାଜିକ ଦୁରତ୍ବ ରକ୍ଷା କରିବାକୁ ଲୋକଙ୍କୁ ସଚେତନ କରୁଛନ୍ତି।

ମହାମାରୀ କରେନା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଥିରେ ଧନୀ ଗରିବ ସମସ୍ତେ ପ୍ରଭାବିତ। ମାତ୍ର ବିଶେଷ ଭାବେ ଗରିବ ଓ ଦିନ ମଜୁରିଆମାନେ ପ୍ରଭାବିତ ହୋଇଥିବାରୁ ସେମାନଙ୍କ ପ୍ରତି ମାନବିକତା ଦେଖାଇବା ଆବଶ୍ୟକ। ଏହି ଆହ୍ବାନକୁ ବୁଝି ସମ୍ବଲପୁର ଆଇଆଇଏମ ସହଯୋଗର ହାତ ବଢ଼ାଉଛି। ସଂସ୍ଥାର ସାମାଜିକ କ୍ଲବ ସଂକଳ୍ପ ସହ ଆଲୁମିନି ମିଶି ସମ୍ବଲପୁର ଓ ବୁର୍ଲାର ଆଖପାଖ ଅଂଚଳର ଗରିବ, ବିଲା ବିକାଳି, ପ୍ରବାସୀ ଶ୍ରମିକ ତଥା ଅସହାୟଙ୍କୁ ଖାଦ୍ୟ ଓ ବାସଗୃହ ସହାୟତା କରିବାକୁ ପଦକ୍ଷେପ ନିଆଯାଉଛି। କେବଳ ସମ୍ବଲପୁରର ୪୦୦ ପରିବାର ପାଖରେ ଆଇଆଇଏମ ସମ୍ବଲପୁର ସହାୟତା ପହଞ୍ଚାଇ ପାରିଥିବା ବେଳେ ଏହି କଠିନ ସମୟରେ ଏକତ୍ରିତ ହୋଇ କରୋନାକୁ ପ୍ରତିହତ କରିବାକୁ ସଂସ୍ଥାର ନିର୍ଦେଶ ପ୍ରଫେସର ମହାଦେଓ ଜୈସୱାଲ ଆହ୍ବାନ ଦେଇଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories