www.samajalive.in
Monday, December 8, 2025
24.1 C
Bhubaneswar

କୃଷିଜାତ ପଦାର୍ଥ ପରିବହନର ସାଥୀ – କିଶାନ ରଥ ମୋବାଇଲ୍‍ ଆପ୍‍

ନୂଆଦିଲ୍ଲୀ : କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଶୁକ୍ରବାର କିଶାନ ରଥ ମୋବାଇଲ୍‍ ଆପ୍‍ର ଶୁଭାରମ୍ଭ କରିଛନ୍ତି। ଲକଡାଉନ୍‍ ସମୟରେ ଖାଦ୍ୟ ଶସ୍ୟ ଓ ଖାଦ୍ୟ ସାମଗ୍ରୀଗୁଡ଼ିକ ପରିବହନରେ ଏହି ଆପ୍‍ ସହାଯ୍ୟ କରିବ। ନ୍ୟାସନାଲ୍‍ ଇନ୍‍ଫରମେଟିକ୍ସ ସେଣ୍ଟର ଦ୍ୱାରା ଏହି ଆପ୍‍ର ବିକାଶ କରାଯାଇଛି। ଏହା ମାଧ୍ୟମରେ କୃଷକ ଓ ବ୍ୟବସାୟୀମାନେ କୃଷିଜାତ ପଦାର୍ଥଗୁଡ଼ିକର ପରିବହନ ପାଇଁ ସହଜରେ ଗାଡ଼ିଗୁଡ଼ିକୁ ପାଇପାରିବେ।
ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ତୋମର କହିଛନ୍ତି, ଲକଡାଉନ୍‍ କଟକଣା ଲାଗୁ ସମୟରେ କୃଷି କାର୍ଯ୍ୟ ସୂଚାରୁରୂପେ ଚାଲିବା ଉଚିତ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କୃଷି କ୍ଷେତ୍ରକୁ ରିହାତି ପ୍ରଦାନ କରାଯାଇଛି। ମନ୍ତ୍ରୀ କହିଛନ୍ତି, କିଶାନରଥ ଆପ୍‍ କୃଷକ ଏଫ୍‍ପିଓ ଓ ସମବାୟ ସମିତିଗୁଡ଼ିକୁ ସେମାନଙ୍କର ସାମଗ୍ରୀଗୁଡ଼ିକର ପରିବହନରେ ଯଥେଷ୍ଟ ସାହାଯ୍ୟ କରିବ।

କୃଷିଜାତ ପଦାର୍ଥଗୁଡ଼ିକର ପରିବହନ ଅତ୍ୟନ୍ତ ଅପରିହାର୍ଯ୍ୟ ଓ ଏଗୁଡ଼ିକର ଯୋଗାଣରେ କୌଣସି ଅସୁବିଧା ସୃଷ୍ଟି ହେବା ଉଚିତ୍‍ ନୁହେଁ। କିଶାନ ରଥ ମୋବାଇଲ୍‍ ଆପ୍‍ କୃଷକ ଓ ବ୍ୟବସାୟୀମାନଙ୍କୁ ସେମାନଙ୍କ ପାଇଁ ଉପଯୁକ୍ତ ଗାଡ଼ିଗୁଡ଼ିକର ସନ୍ଧାନ କରିବାରେ ସାହାଯ୍ୟ କରିବ। ସେମାନେ ସେହି ଗାଡ଼ିଗୁଡ଼ିକ ଦ୍ୱାରା ସେମାନଙ୍କର ଫଳ ଓ ପନିପରିବା, ଖାଦ୍ୟଶସ୍ୟ, ତୈଳବିଜ, ମସଲା, ତନ୍ତୁଜାତୀୟ ଫସଲ, ଫୁଲ, ବାଉଁଶ ଓ ନଡ଼ିଆ ପ୍ରଭୃତି ବଜାରକୁ ପଠାଇ ପାରିବେ ଓ ସଂଗ୍ରହ କରିପାରିବେ। ଏହି ଆପ୍‍ ଦ୍ୱାରା କୃଷକ ଓ ବ୍ୟବସାୟୀମାନେ ସେମାନଙ୍କର ସାମଗ୍ରୀଗୁଡ଼ିକୁ କୃଷି କ୍ଷେତ୍ରରୁ ବିଭିନ୍ନ ମଣ୍ଡି ଓ ମଣ୍ଡିଗୁଡ଼ିକରୁ ଅନ୍ୟ ମଣ୍ଡିଗୁଡ଼ିକୁ ପଠାଇ ପାରିବେ। ଏହି ଆପ୍‍ ଆଣ୍ଡ୍ରୁଏଡ୍‍ ଫୋନରେ ସର୍ବଭାରତୀୟ ସ୍ତରରେ ୮ଟି ଭାଷାରେ ବ୍ୟବହାର ହୋଇପାରିବ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories