www.samajalive.in
Saturday, December 6, 2025
26.1 C
Bhubaneswar

ଏସ୍‌ସିବି ଜରୁରୀକାଳୀନ ଲୋକସମ୍ପର୍କ କାର୍ୟ୍ୟାଳୟରେ ତାଲା ଝୁଲୁଛି

କଟକ: ରାଜ୍ୟର ପ୍ରଥମ ସରକାରୀ ମେଡିକାଲ କଲେଜଭାବେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ୨୪ଘଣ୍ଟିଆ ଜରୁରୀକାଳୀନ ଲୋକସମ୍ପର୍କ କାର୍ୟ୍ୟାଳୟ ଖୋଲିଥିଲା। ୨୦୨୦ ଫେବୃଆରୀ ୧୪ତାରିଖରେ ଏହି ସେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଉଦ୍‍ଘାଟନ କରିଥିଲେ। ହେଲେ ଏହି ସେବା ୨ମାସ ବି ଠିକଭାବେ କାର୍ୟ୍ୟ କରିପାରିଲାନାହିଁ। କର୍ମଚାରୀ ନିଯୁକ୍ତି ନ ହେବାରୁ ବର୍ତ୍ତମାନ ଏସସିବିରେ ଏହି ସେବାକୁ ବନ୍ଦ କରିଦିଆଯାଇଛି। ଉକ୍ତ କାର୍ୟ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଯେଉଁ ଫୋନ ନମ୍ବର ଯୋଗାଇ ଦିଆଯାଇଥିଲା, ତାହା ଏବେ କାର୍ୟ୍ୟ କରୁନାହିଁ। ବର୍ତ୍ତମାନ କରୋନା ମହାମାରୀ ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକେ ଏହି କାର୍ୟ୍ୟାଳୟ ମାଧ୍ୟମରେ ସହାୟତା ପାଇବାକୁ ଆଶାବାନ୍ଧି ବସିଥିବାବେଳେ ତାହା କାର୍ୟ୍ୟ କରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, କଟକ ବଡ ଡାକ୍ତରଖାନାକୁ ଏମସ୍‍ ପ୍ଲସ ଢାଞ୍ଚାରେ କରିବା ସହିତ ମୋ ସରକାର ଏବଂ ୫-ଟି ଯୋଜନାର ସଫଳ ରୂପାୟନ ପାଇଁ ଫେବୃଆରୀରେ ମେଡିକାଲ କଲେଜ ଅଧୀକ୍ଷକଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଥିବା ପୁରୁଣା ବହିର୍ବିଭାଗ ଅଟ୍ଟାଳିକାରେ ଏହିସେବା ଆରମ୍ଭ କରାଯାଇଥିଲା। ବଡ ଧରଣର ଦୁର୍ଘଟଣା ହେଲେ, ମେଡିକାଲକୁ ଆସୁଥିବା ଗୁରୁତର ରୋଗୀ ଅଥବା ବାହାରେ ଚିକିତ୍ସାଧିନ ସଂକଟାପନ୍ନ ରୋଗୀଙ୍କୁ ଏହି କେନ୍ଦ୍ର ସହାୟତାରେ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୋଲ ଫ୍ରି ନମ୍ବର ୧୮୦୦-୩୪୫-୯୫୯୫ ଏବଂ ଲ୍ୟାଣ୍ଡ ଫୋନ ନଂ-୦୬୭୧-୨୪୧୧୪୭୭ଜାରି କରାଯାଇଥିଲା। ସରକାରୀ ସହବନ୍ଧିତାରେ ଥିବା ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀ ଏହି କାର୍ୟ୍ୟାଳୟ ମାଧ୍ୟମରେ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେବାର ସୁବିଧା ବି କରାଯାଇଥିଲା। ଏଥିସହିତ ଆମ୍ବୁଲାନ୍‍ସ ଏବଂ ଶବବାହକ ଗାଡି ପାଇଁ ଏହି କେନ୍ଦ୍ରରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories