www.samajalive.in
Friday, December 5, 2025
27.1 C
Bhubaneswar

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କ ବିୟୋଗରେ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକଙ୍କ ଶୋକ

ସମାଜ ପୋର୍ଟାଲ୍‌ ଡେସ୍କ୍: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କ ବିୟୋଗରେ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଜଣେ ବିଶିଷ୍ଟ ରାଜନେତା, ସମାଜସେବୀ ତଥା ଆଇନଜୀବୀ ଭାବେ ସୁଖ୍ୟାତି ଅର୍ଜନ କରିଥିବା ସ୍ବର୍ଗତ ବିଶିଙ୍କ ବିୟୋଗରେ ରାଜ୍ୟ ଏକ ମହାନ୍‌ ଯୋଗଜନ୍ମାଙ୍କୁ ହରାଇଲା ବୋଲି ମନ୍ତ୍ରୀ ଶ୍ରୀ ବିଶି ତାଙ୍କ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି। ସାଂସଦ, ବିଧାୟକ ତଥା ମନ୍ତ୍ରୀ ଭାବେ ସେ ରାଜ୍ୟ ପାଇଁ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହାକୁ ଓଡ଼ିଶାବାସୀ କେବେହେଲେ ଭୁଲିପାରିବେ ନାହିଁ। ତାଙ୍କ ସରଳ ଜୀବନଶୈଳୀ ଆଗାମୀ ପିଢ଼ି ଲାଗି ପ୍ରେରଣାର ଉତ୍ସ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।
ସେହିପରି ଟ୍ରେଡ୍‌ ୟୁନିୟନ୍ ନେତା ସୌରୀବନ୍ଧୁ କର ଏବଂ ବିଶିଷ୍ଟ ସ୍ବାଧୀନତା ସଂଗ୍ରମାୀ ଧନେଶ୍ବର ସ୍ବାଇଁଙ୍କ ବିୟୋଗରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶ୍ରମିକ, ଗରୀବ, ଖଟିଖିଆଙ୍କ କଲ୍ୟାଣ ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ସୌରୀବନ୍ଧୁ କରଙ୍କ ବିୟୋଗ ସମଗ୍ର ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି। ଇଂରେଜମାନଙ୍କ ବିରୋଧରେ ଲଢ଼େଇ କରି ଆମକୁ ସ୍ବାଧୀନତା ପ୍ରଦାନ କରିଥିବା ସମସ୍ତ ସ୍ବାଧଓୀନତା ସଂଗ୍ରାମୀ ଆମ ଲାଗି ନମସ୍ୟ। ଢେଙ୍କାନାଳ ଜିଲା କାମାକ୍ଷାନଗର ଅନ୍ତର୍ଗତ ବାଲିଗୋରଡ଼ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଧନେଶ୍ବର ସ୍ବାଇଁ ଯେଉଁ ଯଶ ଅର୍ଜନ କରିଯାଇଛନ୍ତି ତାହାକୁ ଏ ଜାତି କେବେବି ଭୁଲି ପାରିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ତାଙ୍କ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories