www.samajalive.in
Saturday, December 6, 2025
16.1 C
Bhubaneswar

ଲକଡାଉନ ୨.୦: ନୂଆ ଗାଇଡ୍‌ଲାଇନ ଜାରି କଲା କେନ୍ଦ୍ର, ଜାଣନ୍ତୁ କ’ଣ ବନ୍ଦ ଓ କ’ଣ ଖୋଲା ରହିବ

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୋଧରେ ଲଢ଼େଇ ପାଇଁ କେନ୍ଦ୍ର ସରକାର ଲକଡାଉନକୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରମାନଙ୍କ ପରାମର୍ଶକୁ ବିଚାର କରି କେନ୍ଦ୍ର ଏହି ନିଷ୍ପତ୍ତି ନେବା ସହିତ ଲକଡାଉନ ୨.୦ ଜାରି କରିଛି। ଏହା ପରେ ବୁଧବାର କେନ୍ଦ୍ର ସରକାର ଲକଡାଉନ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଲକଡାଉନ ସମୟରେ ସମସ୍ତ ପ୍ରକାର ପରିବହନ ସେବା ବନ୍ଦ ରହିବ ବୋଲି ଗାଇଡଲାଇନରେ ଦର୍ଶାଯାଇଛି। ରାଜ୍ୟର ସୀମାଗୁଡ଼ିକ ସିଲ୍‌ ରହିବ। ତେବେ ଆବଶ୍ୟକ ସେବା ପାଇଁ ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ମିଳିବ। କିନ୍ତୁ କୃଷି କ୍ଷେତ୍ର ସହ ଜଡ଼ିତ କାର୍ଯ୍ୟକୁ ଲକଡାଉନରୁ ବାଦ୍‌ ଦିଆଯାଇଛି। ଅନ୍ତିମ ସଂସ୍କାର ସମୟରେ ୨୦ରୁ ଅଧିକ ଲୋକଙ୍କ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଗାଇଡଲାଇନ ଅନୁସାରେ, ଲୋକମାନେ ବସ୍‌, ମେଟ୍ରୋ, ବିମାନ ଓ ଟ୍ରେନରେ ଯାତ୍ରା କରିପାରିବେ ନାହିଁ। ସ୍କୁଲ, କଲେଜ, କୋଚିଂ ସେଣ୍ଟର ବି ବନ୍ଦ ରହିବ। ବାହାରକୁ ବାହାରିବା ସମୟରେ ମୁହଁକୁ ମାସ୍କ କିମ୍ବା ରୁମାଲ ଦ୍ବାରା ବନ୍ଦ ରଖିବେ। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଦେବାକୁ ହେବ। ସିନେମା ହଲ, ମଲ୍‌, ଶପିଂ ମଲ, ଜିମ୍‌, ଖେଳପଡ଼ିଆ, ସୁଇମିଂ ପୁଲ, ବାର୍‌ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଲୋକେ ଗୋଟିଏ ଜିଲାରୁ ଅନ୍ୟ ଜିଲା ଏବଂ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟାତ କରିବା ନିଷେଧ କରାଯାଇଛି।

- Advertisement -

ସେହିପରି ସମସ୍ତ ସାମାଜିକ, ରାଜନୈତିକ କାର୍ଯ୍ୟକ୍ରମ, ଖେଳ, ଧାର୍ମିକ ସମାରୋହ, ଧାର୍ମିକ ସ୍ଥଳ, ପ୍ରାର୍ଥନା ସ୍ଥଳ ବନ୍ଦ ରହିବ। ଏପ୍ରିଲ ୨୦ ପର୍ଯ୍ୟନ୍ତ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ୨୦ ତାରିଖ ପରେ ସ୍ଥିତି ସମୀକ୍ଷା କରାଯିବ। ଯେଉଁ ଅଞ୍ଚଳ ହଟସ୍ପଟରେ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବ ସେହି ଅଞ୍ଚଳରେ ଲକଡାଉନ କୋହଳ କରାଯିବ ବୋଲି ଗାଇଡ୍‌ଲାଇନରେ ଦର୍ଶାଯାଇଛି।

କ’ଣ ବନ୍ଦ ରହିବ

ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣ, ଯାତ୍ରୀବାହୀ ଟ୍ରେନ, ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର, ଶିକ୍ଷକ ପ୍ରଶିକ୍ଷଣ, ଔଦ୍ୟୋଗିକ ଓ ବାଣିଜ୍ୟିକ ଗତିବିଧି, ହୋଟେଲ, ଟ୍ୟାକ୍ସି, ଅଟୋ ରିକ୍ସା, ସାଇକେଲ ରିକ୍ସା, ସିନେମା ହଲ, ଶପିଂ ମଲ, ଜିମ, ସ୍ପୋର୍ଟ୍ସ କଂପ୍ଲେକ୍ସ, ସୁଇମିଂ ପୁଲ, ବାର୍‌, ଥିଏଟର,  ଯେକୌଣସି ପ୍ରକାର ଆୟୋଜନ, ଧାର୍ମିକ ସ୍ଥଳ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories