www.samajalive.in
Wednesday, December 10, 2025
18.1 C
Bhubaneswar

କୃଷି ସାମଗ୍ରୀ ପରିବହନ ପାଇଁ ଲୋଡ଼ା ନାହିଁ ’ଗାଡ଼ି-ପାସ୍’

ଭୁବନେଶ୍ବର (ବ୍ୟୁରୋ): ରାଜ୍ୟରେ ଲକ୍ଡ଼ାଉନର ଦ୍ବିତୀୟ ପର୍ଯ୍ୟାୟରେ ବିଭିନ୍ନ ଫସଲ ଅମଳ, ଏହାର ପରିବହନ, ବିହନ, ସାର ଓ କୀଟନାଶକ ଆଦିର ପରିବହନକୁ କଟକଣାମୁକ୍ତ କରାଯାଇଛି । ଉତ୍ପାଦିତ କୃଷି ଦ୍ରବ୍ୟର ଅବାଧ ପରିବହନ ନିମନ୍ତେ ଉତ୍ପାଦନକାରୀ ଏବଂ ଗାଡ଼ିଗୁଡ଼ିକ ପାଇଁ ପାସ୍‌ର ଆବଶ୍ୟକତା ନାହିଁ । ରାଜ୍ୟ କୃଷି ସଚିବ ସୌରଭ ଗର୍ଗ ଦେଇଛନ୍ତି ଏହି ସୂଚନା । ସେ କହିଛନ୍ତି ଯେ ବିହନ, ସାର ଏବଂ କୀଟନାଶକ ଔଷଧ ଦୋକାନ ଦିନର ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଖୋଲା ରହିବ । ସାମାଜିକ ଦୂରତା ବଜାୟ ରଖି ଏହାର ଉପଲବ୍ଧତା ଓ ବିକ୍ରିକୁ  ସୁନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଇଛି । ବିହନ, ସାର ଏବଂ କୀଟନାଶକ ଔଷଧର ପଣ୍ୟାଗାର ସୁବିଧାକୁ କଟକଣାମୁକ୍ତ ରଖାଯାଇଛି ।

ଫସଲ ଅମଳ ଏବଂ କୃଷି କାର୍ଯ୍ୟ ନିମନ୍ତେ ବ୍ୟବହୃତ କୃଷି ଯନ୍ତ୍ରପାତିର ପରିବହନକୁ ଅନୁମତି ପ୍ରଦାନ କରାଯାଇଛି । ଏସବୁ ଯନ୍ତ୍ରପାତିର ମରାମତି ନିମନ୍ତେ ୱର୍କସପ୍‌ ଖୋଲାରହିବ । କୃଷି କ୍ଷେତ୍ରରେ ଭଡାସୂତ୍ରରେ ବ୍ୟବହୃତ ହେଉଥିବା ଯନ୍ତ୍ରପାତିର ବ୍ୟବହାରକୁ କଟକଣାମୁକ୍ତ କରାଯାଇଛି । ରବି ଫସଲ ଯଥା-ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ଆଦିର ସଂଗ୍ରହ ନିମନ୍ତେ ସଂଗ୍ରହ କେନ୍ଦ୍ର ଖୋଲାଯିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଏଥି ପାଇଁ ନାଫେଡ୍‌ର ଇ-ସମୃଦ୍ଧି ପୋର୍ଟାଲ୍‌ରେ ନାମ ପଂଜୀକରଣ କରିବାକୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି । କୃଷି ଯନ୍ତ୍ରପାତି ଉତ୍ପାଦନକାରୀ ସଂସ୍ଥା, ଗୋଦାମ ଗୃହ, ହୋଲ୍‌ସେଲ୍‌/ଖୁଚୁରା ଦୋକାନ କିମ୍ବା ଡିଲର ପ୍ରତିଷ୍ଠାନଗୁଡ଼ିକ ଖୋଲା ରହିବ । ରାଜ୍ୟ ଭିତରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଜରୁରୀ କୃଷି ଉପକରଣ ଏବଂ କୃଷି ଉତ୍ପାଦ ପରିବହନ କରୁଥିବା ଯାନଗୁଡ଼ିକୁ କଟକଣାମୁକ୍ତ କରାଯାଇଛି ବୋଲି ଶ୍ରୀ ଗର୍ଗ ସୂଚନା ଦେଇଛନ୍ତି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories