www.samajalive.in
Wednesday, December 10, 2025
18.1 C
Bhubaneswar

କରୋନା ରୋଗୀଙ୍କ ଘରେ ଚୋରି

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବରେଲି ଜିଲ୍ଲାରୁ ସୋମବାର ଏକ ଚକ୍କିତ କଲା ଭଳି ଖବର ସାମ୍ନାକୁ ଆସିଛି। ଗତକାଲି ରାତିରେ ଏଠାରେ ଥିବା ଜଣେ କରୋନା ରୋଗୀଙ୍କ ଘରେ ଚୋରି ହୋଇଥିବା ଜଣାପଡ଼ିଛି। ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। କରୋନାରେ ପିଡୀତ ପରିବାରର ସମସ୍ତ ସଦସ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଚୋରମାନେ ଏହି ଘରକୁ ଟାର୍ଗେଟ କରିଛନ୍ତି। ପୁଲିସ ଏହି ଅଞ୍ଚଳକୁ ହଟସ୍ପଟ୍ ଜୋନ ଭାବେ ଘୋଷଣା କରିବା ସହିତ ସିଲ କରିଥିଲା ବେଳେ ଏଠାରେ ଚୋରି ହେବା ଘଟଣା ସମସ୍ଥଙ୍କୁ ଚକ୍କିତ କରିଛି। ଏନେଇ ପୁଲିସ ତଦନ୍ତ ଜାରି ରଖିଛି।
ସୂଚନା ଯୋଗ୍ୟ, ବରେଲି ଜିଲ୍ଲାର ସୁଭାଷନଗରର ଜଣେ ଯୁବକ ଦିଲ୍ଲୀର ନୋଏଡାରେ ରହୁଥିଲେ। ନୋଏଡାରୁ କିଛି ଦିନ ପୂର୍ବେ ଯୁବକ ଜଣଙ୍କ ନିଜ ଘରକୁ ଫେରିଥିଲେ। ସେ ଘରକୁ ଆସିଲାବେଳକୁ କରୋନାରେ ଆକ୍ରାନ୍ତ ହୋଇସାରିଥିଲେ। ପରୀକ୍ଷା ପରେ ତାଙ୍କ ପତ୍ନୀଙ୍କ ସମେତ ଘରେ ଆଉ ପାଞ୍ଚ ଜଣ ଲୋକଙ୍କର କରୋନା ପଜିଟିଭ୍ ଥିବା ଜଣାପଡିଥିଲା। ସମସ୍ତଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉ ଥିବାରୁ ତାଙ୍କ ଘରେ ତାଲା ପଡିଥିଲା। ପରେ ପୁଲିସ ଏହାକୁ ହଟସ୍ପଟ୍ ଜୋନ ଘୋଷଣା କରିବା ସହ ଏହି ଅଞ୍ଚଳକୁ ସିଲ୍ କରିଥିଲା।
ଗତକାଲି ରାତିରେ ଚୋରମାନେ ତାଲା ଭାଙ୍ଗି ଏହି ଘରେ ଚୋରି କରିଥିଲେ। ସୋମବାର ଅପରାହ୍ନରେ ଲୋକମାନେ ଭାଙ୍ଗିଯାଇଥିବା ତାଲା ଦେଖି ପୁଲିସକୁ ସୂଚନା ଦେଇଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories