www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ଠାରୁ ବଳିଗଲା କୁକୁର କାମୁଡା; ଦୈନିକ ୪୦ରୁ ୫୦ ଜଣ କୁକୁର ଆକ୍ରମଣର ହେଉଛନ୍ତି ଶିକାର

ଇନ୍ଦୋର ; ମଧ୍ୟପ୍ରଦେଶରେ ଇନ୍ଦୋରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ। ଗତ ୨୦ ଦିନ ମଧ୍ୟରେ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଲକଡାଉନ୍ ଯୋଗୁଁ ଖାଦ୍ୟ ଅଭାବରୁ ସହରର କୁକୁରମାନେ ଆକ୍ରମଣାତ୍ମକ ହୋଇପଡିଛି।

ଇନ୍ଦୋରରେ ଜଣେ ଡାକ୍ତରଙ୍କ ସୂଚନା ଅନୁଯାୟୀ, ପ୍ରତିଦିନ ପ୍ରାୟ ୪୦ରୁ ୫୦ ଜଣ ରୋଗୀ ଡାକ୍ତରଖାନାକୁ ଆସୁଛନ୍ତି, ଯେଉଁମାନଙ୍କୁ କୁକୁର କାମୁଡିଛି। କୁକୁର କାମୁଡା ରୋଗୀଙ୍କ ଚିକିତ୍ସାରେ କିଛି କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୨୮ ଦିନ ମଧ୍ୟରେ ରୋଗୀଙ୍କୁ ଚାରି ରୁ ପାଞ୍ଚ ଇଞ୍ଜେକ୍ସନ ଦେବାକୁ ପଡିଥାଏ।

- Advertisement -

ପିପୁଲ୍ସ ଫର ଆନିମଲ୍ସ ଇନ୍ଦୋର ୟୁନିଟର ସଭାପତି ପ୍ରିୟାଶୁଂ କହିଛନ୍ତି ଯେ, କର୍ଫ୍ୟୁ ଯୋଗୁଁ ସହରରେ ପ୍ରାୟ ୫୦ ହଜାର କୁକୁର ଭୋକିଲା ଅଛନ୍ତି। ଖାଦ୍ୟ ନ ପାଇବାରୁ କୁକୁରମାନେ ହିଂସ୍ର ଏବଂ ଆକ୍ରମଣାତ୍ମକ ରୂପ ଧାରଣ କରୁଛନ୍ତି। ଯେତେବେଳେ ଏହି ଭୋକିଲା କୁକୁରମାନେ ମାସ୍କ ପିନ୍ଧି ବୁଲୁଥିବା ଲୋକମାନଙ୍କୁ ଦେଖୁଛନ୍ତି, ସେମାନେ ସନ୍ଦେହ କରି ଭୋକୁଛନ୍ତି ଏବଂ ସେମାନଙ୍କୁ ଆକ୍ରମଣ କରୁଛନ୍ତି। ଏଭଳି ପରିସ୍ଥିତିରେ ଇନ୍ଦୋର ମ୍ୟୁନିସିପାଲିଟି କର୍ପୋରେସନ୍ ଭୋକିଲା କୁକୁରମାନଙ୍କ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଛି। ଯେଉଁଠାରେ ଠିକ୍ ଭାବରେ କୁକୁରମାନଙ୍କୁ ଖାଦ୍ୟ ଦିଆଯାଉଛି, ସେଠାରେ ଏହି ଅଭିଯୋଗ କମ୍ ଆସିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories