www.samajalive.in
Monday, December 8, 2025
14.1 C
Bhubaneswar

ଦେଶରେ ଖୋଲିଛି ୬୦୧ଟି ସ୍ୱତନ୍ତ୍ର କୋଭିଡ୍‍ ହସ୍ପିଟାଲ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୩୫୬କୁ ବୃଦ୍ଧିପାଇଛି । ସେମାନଙ୍କ ମଧ୍ୟରୁ ୭୧୫ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୭୩ ଜଣ ପ୍ରାଣ ହରାଇଛନ୍ତି ।

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ତଥ୍ୟ ପ୍ରଦାନ କରିବା ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ କହିଛନ୍ତି ଦେଶରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କ ସହଯୋଗରେ ବିଭିନ୍ନ ସମୟରେ ପରିସ୍ଥିତିର ସମୀକ୍ଷା କରାଯାଇ ଆବଶ୍ୟକୀୟ ପରିବର୍ତ୍ତନ କରାଯାଉଥିବା ସେ କହିଛନ୍ତି । ଇତିମଧ୍ୟରେ ରାଜ୍ୟଗୁଡ଼ିକୁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ, ଏନ୍‍-୯୫ ମାସ୍କ, ଟେଷ୍ଟିଙ୍ଗ୍‍ କିଟ୍‍ ଏବଂ ଭେଣ୍ଟିଲେଟର ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି ।

- Advertisement -

କରୋନା ସଂକ୍ରମିତଙ୍କ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ କୋଭିଡ୍‍-୧୯ ହସ୍ପିଟାଲ ସ୍ଥାପନ କରାଯାଉଛି । ଶ୍ରୀ ଅଗ୍ରୱାଲ କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ୬୦୧ଟି ସ୍ୱତନ୍ତ୍ର କୋଭିଡ୍‍-୧୯ ହସ୍ପିଟାଲ ସ୍ଥାପନ କରାଯାଇଛି, ଯେଉଁଥିରେ ଏକଲକ୍ଷରୁ ଅଧିକ ଆଇସୋଲେସନ୍‍ ଶଯ୍ୟା ଏବଂ ୧୧ହଜାର ୫୦୦ ସ୍ୱତନ୍ତ୍ର ଆଇସିୟୁ ରହିଛି । ଇତିମଧ୍ୟରେ ପ୍ରତିଷେଧକ ବ୍ୟବସ୍ଥା ବୃଦ୍ଧି ନେଇ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କେତେକ ପରାମର୍ଶବଳୀ ଜାରି କରାଯାଇଥିବା ସେ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories