www.samajalive.in
Monday, December 8, 2025
17.1 C
Bhubaneswar

ସୋମବାରରୁ ଆଖଣ୍ଡଳମଣିଙ୍କ ଶୀତଳଉପଚାର ନୀତି ଆରମ୍ଭ, ଲାଗି ହେବନି ଗୋପାଳଭକ୍ତଙ୍କ ଜଳଭାର

ଆରଡି : ମହମାରୀ କରୋନା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ କରାଯାଇଥିବାରୁ ଦୀର୍ଘ ୨୨ଦିନ ହେବ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିରର ମୁଖ୍ୟଦ୍ୱାର ସମେତ ସମସ୍ତ ଦ୍ୱାର ବନ୍ଦ ରହିଥିବା ବେଳେ ଶ୍ରଦ୍ଧାଳୁଭକ୍ତମାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଉପରେ ରୋକ ଲଗାଇଛନ୍ତି ଉଭୟ ଜିଲା ଓ ମନ୍ଦିର ପ୍ରଶାସନ। ଯେପରି ଭାବେ ମଣିବାବାଙ୍କର ଦୈନଦିନ ନୀତିକାନ୍ତି ସମେତ ସମସ୍ତ ପାର୍ବଣ ନୀତିକାନ୍ତି ସୁଚାର ରୂପେ ସମ୍ପାଦନ ହେବ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସେବାୟତମାନଙ୍କ ସହ ଆଲୋଚନା କରାଯାଇ ଖସଡା ପ୍ରସ୍ତୁତ ହୋଇଥିବା ମନ୍ଦିର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ ପ୍ରକାଶ କରିଛନ୍ତି।

ବିଶେଷକରି ଆଜିଠୁ ପବିତ୍ର ମହାନିଷୁବ ସଂକ୍ରାନ୍ତି ଠାରୁ ଏକମାସ ବ୍ୟାପି ମଣିବାବଙ୍କ ଶୀତଳଉପଚାର ନୀତି ଆରମ୍ଭ ହେବ। ଏହି ଅବସରରେ ମନ୍ଦିରର ଶହଶହ ବର୍ଷର ପରମ୍ପରା ଅନୁଯାୟୀ ଗୋପାଳ ସମ୍ପ୍ରଦାୟର ଭକ୍ତମାନେ ବିଭିନ୍ନ ନଦୀରୁ ଜଳଭାର ଆଣି ମଣିବାବଙ୍କ ନିକଟରେ ଲାଗି କରିଥାନ୍ତି। ହେଲେ ଚଳିତବର୍ଷ ମହମାରୀ କରୋନା ପାଇଁ ଲକଡାଉନ ଜାରି କରାଯାଇଥିବାରୁ ଏହି ନୀତିକାନ୍ତିରେ ଗୋପାଳ ଭକ୍ତମାନଙ୍କର ଜଳ ଲାଗି ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନଟକା ଜାରି କରାଯିବା ସହିତ ଡାକବାଜି ଯନ୍ତ୍ର ଦ୍ୱାରା ସର୍ବସାଧାରଣଙ୍କ ନିମନ୍ତେ ସୂଚନା ଦିଆଯାଇଛି। ଏପରିକି ଭକ୍ତମାନଙ୍କର ଭୋଗ ଘର୍ଷଣ ଓ ପଣା ମଧ୍ୟ ଲାଗି ହୋଇ ପାରିବ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ କରୋନା ମହାମାରୀକୁ ଲକ୍ଷ୍ୟରେ ରଖି ସମଗ୍ର ପୀଠରେ ଆରଡି ପୁଲିସ ପକ୍ଷରୁ କଡା ପ୍ରହରା ଦିଆଯିବା ସହିତ ପୀଠକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥ ଗୁଡିକରେ କଡାକଡି ଭାବେ ଯାଞ୍ଚ କରାଯାଉଥିବା ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ପ୍ରକାଶ କରିଛନ୍ତି। ସେହିପରି ପୀଠରେ ଥିବା ୩ଟି ଜଳପଥକୁ ସିଲ କରାଯାଇଥିବା ବେଳେ ଯେପରି କୈାଣସି ଦିନ ଜଳପଥରେ ଡଙ୍ଗା ଚଳାଚଳ ନକରିବ ସେଥିପାଇଁ ଘାଟିଆମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ଆରଡି ପୁଲିସ।

- Advertisement -

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories