www.samajalive.in
Monday, December 8, 2025
20.1 C
Bhubaneswar

ଡ଼ାକ୍ତରଖାନାରୁ ଲୁଚି ପଳାଇଲେ କରୋନା ସନ୍ଦିଗ୍ଧ ବୃଦ୍ଧା

ପାଟନା: କରୋନା ପରୀକ୍ଷା ପାଇଁ ଡ଼ାକ୍ତର ଚିଠା ଲେଖିବା ପରେ ଜଣେ ୭୨ ବର୍ଷିୟା ମହିଳା ପାଟନା ମେଡ଼ିକାଲ କଲେଜ ଡ଼ାକ୍ତରଖାନା (ପିଏମସିଏଚ୍) ଫେରାର ହୋଇଯିବା ଘଟଣା ସାରା ଅଞ୍ଚଳରେ ଲୋକଙ୍କ ପାଇଁ ଅଡ଼ୁଆ ହୋଇଛି । ସମ୍ପୃକ୍ତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଡ଼ାକ୍ତରଖାନା କର୍ମଚାରୀ, ଅଟୋରିକ୍ସା ଚାଳକ ଓ ଅନ୍ୟମାନଙ୍କୁ କ୍ବାରେଣ୍ଟାଇନ ଯିବାକୁ ପରାମର୍ଶ ଦିଆଯାଇଛି ।
ସୂଚନା ଅନୁସାରେ ସୁଲତାନପୁର ଅଞ୍ଚଳର ବାସିନ୍ଦା ରାଇସା ବେଗମ ଜଣେ କିଡ଼ନୀ ରୋଗୀ । ଏଥିପାଇଁ ସେ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ସେ ଯେଉଁ ଗାଁ (ସିୱାନ)ରୁ ଆସିଥିଲେ ସେହି ଗାଁରୁ ୨୯ ଜଣ କରୋନା ସଂକ୍ରମିତ ଠାବ ହୋଇଛନ୍ତି । ଅନ୍ୟପକ୍ଷରେ ମହିଳାଜଣକ ଚିକିତ୍ସିତ ହେଉଥିବାବେଳେ ତାଙ୍କଠାରେ କିଛି ଲକ୍ଷଣ ଖୋଯାଇଥିଲା। ସେଥିପାଇଁ ଡ଼ାକ୍ତରମାନେ ତାଙ୍କର କରୋନା ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ସେ ଚିକିତ୍ସିତ ହେଉଥିବା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ’ଟାଟା ୱାର୍ଡ଼ର’ରୁ ତାଙ୍କୁ ଅନ୍ୟତ୍ର ନିଆଯିବାକୁ ଯୋଜନା ହୋଇଥିଲା । ମାତ୍ର ଏହା ପୂର୍ବରୁ ସେ ଡ଼ାକ୍ତରଖାନା ଛାଡ଼ି ଅନ୍ୟତ୍ର ଚାଲି ଯାାଇଛନ୍ତି ବୋଲି କହିଛନ୍ତି ପିଏମସିଏଚ୍ ଅଧ୍ୟକ୍ଷ ଡ଼ା.ବିଦ୍ୟାପତି ଚୌଧୁରୀ ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories