www.samajalive.in
Tuesday, December 9, 2025
17.1 C
Bhubaneswar

୮୫ ଲକ୍ଷ ଉଜ୍ଜଳା ହିତାଧିକାରୀଙ୍କୁ ଅପ୍ରେଲରେ ଏଲପିଜି ସିଲିଣ୍ଡର ମିଳିଛି

ନୂଆଦିଲ୍ଲୀ : କୋଭିଡ-୧୯ର ମୁକାବିଲା ନିମେନ୍ତ ଭାରତ ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି । କରୋନା ମହାମାରୀ ଯୋଗୁ ହୋଇଥିବା ଆର୍ଥିକ ବିପର୍ଯ୍ୟସ୍ତ ଅବସ୍ଥାରେ ଗରିବମାନଙ୍କ ଦାରିଦ୍ର୍ୟ ଦୂରୀକରଣ ଉଦ୍ଦେଶ୍ୟରେ ଏହା ଲାଗୁ କରାଯାଇଛି । ଏହି ଯୋଜନା ଅନୁସାରେ ଉଜ୍ଜଳା ହିତାଧିକାରୀମାନଙ୍କ ପାଇଁ ୩ ମାସର (ଏପ୍ରିଲ-ଜୁନ) ପର୍ଯ୍ୟନ୍ତ ଗ୍ୟାସ ଭର୍ତ୍ତି ସିଲିଣ୍ଡର ଯୋଗାଇ ଦିଆଯାଉଛି ।

ଅଦ୍ୟାବଧି ତୈଳ ବିପଣନ କମ୍ପାନୀଗୁଡିକ ୭ କୋଟି ୧୫ ଲକ୍ଷ ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ଆକାଂଉଟକୁ ୫୬୦୬ କୋଟି ଟଙ୍କା ପଠାଇଛନ୍ତି । ଏହା ଫଳରେ ସେମାନେ ମାଗଣା ସିଲିଣ୍ଡର ପାଇପାରିବେ । ଏହି ମାସରେ ୧ କୋଟି ୨୬ ଲକ୍ଷ ସିଲିଣ୍ଡର ହିତାଧିକାରୀ ମାନେ ବୁକ କରିଥିବା ବେଳେ ୮୫ ଲକ୍ଷ ସିଲିଣ୍ଡର ସେମାନଙ୍କୁ ପ୍ରଦାନ କରାଯାଇଛି ।

- Advertisement -

ଦେଶରେ ପ୍ରାୟ ୨୭ କୋଟି ୮୭ ଲକ୍ଷ ଏଲପିଜି ବ୍ୟବହାରକାରୀ ଥିବାବେଳେ ଏମାନଙ୍କ ମଧ୍ୟରୁ ୮ କୋଟି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ହିତାଧିକାରୀ ଅଛନ୍ତି । ଲକଡାଉନ ପରଠାରୁ ପ୍ରତିଦିନ ଦେଶରେ ୫୦ ରୁ ୬୦ ଲକ୍ଷ ସିଲିଣ୍ଡର ବିତରଣ କରାଯାଉଛି । ଦେଶବ୍ୟାପୀ ଲକଡାଉନ ଯୋଗୁ ଜନସାଧାରଣ ନିରାପଦରେ ନିଜ ଘରେ ରହୁଥିବାବେଳେ କମ୍ପାନୀର ବିତରଣକାରୀ ପିଲାମାନେ ଲୋକମାନଙ୍କ ଦ୍ୱାରଦେଶରେ ସିଧାସଳଖ ସିଲଣ୍ଡର ପହଂଚାଉଛନ୍ତି ।

ବଣ, ପାହାଡ ଅଞ୍ଚଳଠାରୁ ଆରମ୍ଭ କରି ଜଳବେଷ୍ଟିତ ଅଞ୍ଚଳ, ମରୁଭୂମିର କୁଟୀରଠାରୁ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ଲୋକମାନଙ୍କ ପାଖରେ ଏହି ବିତରକମାନେ ଠିକ ସମୟରେ ସିଲିଣ୍ଡର ପହଞ୍ଚାଉଛନ୍ତି । ବର୍ତ୍ତମାନ କଠିନ ପରିସ୍ଥିତି ସତ୍ତ୍ୱେ ୨ ଦିନ ମଧ୍ୟରେ ସିଲିଣ୍ଡର ପହଞ୍ଚାଉଛନ୍ତି। ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ତୈଳ ବିପଣନ ସଂସ୍ଥାଗୁଡିକ ଗୋଦାମ କର୍ମଚାରୀ, ବିତରଣକାରୀ ବ୍ୟକ୍ତି, ମେକାନିକଙ୍କ ମଧ୍ୟରୁ କାହାର ମଧ୍ୟ କରୋନା ସଂକ୍ରମଣରେ ମୃତ୍ୟୁ ହେଲେ ପ୍ରତ୍ୟେକଙ୍କ ପାଇଁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ନିଷ୍ପତ୍ତି ହୋଇଛି ।

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗତ ମାର୍ଚ୍ଚ ସୁଦ୍ଧା ପଞ୍ଜିକୃତ ପ୍ରତ୍ୟେକ ଏଲପିଜି ସଂଯୋଗକାରୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସୁବିଧା ପାଇପାରିବେ । ଏହି ଯୋଜନା ଏପ୍ରିଲ ପହିଲାରୁ ଲାଗୁ ହୋଇଥିବା ବେଳେ ଆସନ୍ତା ଜୁନ ପର୍ଯ୍ୟନ୍ତ ବଳବତ୍ତର ରହିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories