www.samajalive.in
Saturday, December 6, 2025
26.1 C
Bhubaneswar

ସ୍ୱାସ୍ଥ୍ୟ ସେବାର ବିଚିତ୍ର ଗତି : ହୋମିଓପ୍ୟାଥିକ ଚିକିତ୍ସାଳୟରେ ମାସେ ହେବ ଝୁଲୁଛି ତାଲା

‘ସମାଜ’ ପୋର୍ଟାଲ ଡେସ୍କ : ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ଅନ୍ୟପକ୍ଷରେ ଆମ ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଏହି ସମୟରେ ସରକାର ସ୍ୱାସ୍ଥ୍ୟ ସେବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏଥିରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ବାଲିଆ ଗୋପୀନାଥପୁର ଗ୍ରାମରେ।

ଏହି ଗ୍ରାମରେ ଥିବା ଆଖ ପାଖ ଅଂଚଳର ଏକମାତ୍ର ହୋମିଓ ପ୍ୟାଥିକ ଚିକିତ୍ସାଳୟରେ ଦୀର୍ଘ ମାସେ ହେବ ତାଲା ଝୁଲୁଛି । ନାଁ ଡାକ୍ତର, ନାଁ ତାଙ୍କ ସହଯୋଗୀ କାହାର ଦେଖାନାହିଁ । ୧୯୫୮ ମସିହାରୁ ଏହି ସରକାରୀ ହୋମିଓ ପ୍ୟାଥିକ ଚିକିତ୍ସାଳୟ ଏଠାରେ ଖୋଲା ହୋଇଥିବାରୁ ଅନେକ ଲୋକ ଏହା ଉପରେ ନିର୍ଭରଶୀଳ । କିନ୍ତୁ କରୋନା ସଂକ୍ରମର ଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଏଠାରେ ଡାକ୍ତର ନାହାନ୍ତି । ଦୀର୍ଘ ଦିନ ଧରି ବିଭିନ୍ନ ରୋଗରେ ପୀଡିତ ଅନେକ ଲୋକ ହୋମିଓ ପ୍ୟାଥିକ ଔଷଧ ଉପରେ ନିର୍ଭର କରୁଥିବା ବେଳେ ଏଠାରେ କିନ୍ତୁ ଡାକ୍ତରଙ୍କର ଦେଖା ନାହିଁ । ରୋଗୀ ଫେରିବାରେ ଲାଗିଛନ୍ତି । ରାଜ୍ୟ ସରକାର ‘ମୋ ସରକାର’ ଅଧିନରେ ୫-ଟି ଆଦି ଅନେକ ସଂସ୍କାରମୂଳକ ପଦକ୍ଷେପ ନେଉଥିଲେ ମଧ୍ୟ ଏହାର ପ୍ରଭାବ ଏଠାରେ ଦେଖିବାକୁ ମିଳୁନାହିଁ। ଯାହାକୁ ନେଇ ଗ୍ରାମବାସୀ ତଥା ଆଖପାଖ ଅଂଚଳର ରୋଗୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ତେଣୁ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି ହେଉଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories