www.samajalive.in
Tuesday, December 9, 2025
17.1 C
Bhubaneswar

କୋଭିଡ୍‍-୧୯ର ମୁକାବିଲାରେ ଭାରତ ଯଥାସମ୍ଭବ ଉଦ୍ୟମ କରୁଛି

ସମାଜ ପୋର୍ଟାଲ ଡେସ୍କ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧ହଜାର ୩୫ ଜଣ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ପରୀକ୍ଷାରୁ ଜଣାପଡ଼ିଛି। ଏଥି ସହିତ ଭୂତାଣୁରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭ହଜାର ୪୪୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୬୪୨ ଜଣ ସଂକ୍ରମିତ ବ୍ୟକ୍ତି ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପରେ ସେମାନଙ୍କୁ ହସ୍ପିଟାଲ୍‍ରୁ ଛାଡ଼ିଦିଆଯାଇଛି। ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୨୩୯ରେ ପହଞ୍ଚିଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ୍‍ କହିଛନ୍ତି, କୋଭିଡ୍‍-୧୯ର ମୁକାବିଲାରେ ଭାରତ ଯଥାସମ୍ଭବ ଉଦ୍ୟମ କରୁଛି। ସେ କହିଛନ୍ତି, ରାଜ୍ୟଗୁଡ଼ିକ ସହ ସମନ୍ୱୟରେ କେନ୍ଦ୍ର ସରକାର ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ପୋଷାକ, ଏନ-୯୫ ମାସ୍କ୍‍, ପରୀକ୍ଷା କିଟ୍‍ ଓ ଭେଣ୍ଟିଲେଟର ଯୋଗାଣକୁ ନିଶ୍ଚିତ କରିବା ସହ କୋଭିଡ୍‍-୧୯ ହସ୍ପିଟାଲମାନ ସ୍ଥାପନ କରାଯାଇ ସେଗୁଡ଼ିକରେ ଲୋକମାନଙ୍କର ଚିକିତ୍ସା କରାଯାଉଛି।

ସେ କହିଛନ୍ତି, ଏ ପର୍ଯ୍ୟନ୍ତ ୧ଲକ୍ଷ ଶଯ୍ୟା ବିଶିଷ୍ଟ ୫୮୬ଟି କୋଭିଡ୍‍-୧୯ ହସ୍ପିଟାଲ୍‍ ସ୍ଥାପନ କରାଯାଇ ସାରିଛି। ସେ କହିଛନ୍ତି, ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତିଦିନ ଏହି ସଂଖ୍ୟା ବୃଦ୍ଧି କରାଯାଉଛି। ଲୋକମାନଙ୍କର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ କିଛି ନିର୍ଦ୍ଦେଶାବଳୀ ଜାରି କରୁଛି। ଜିଲ୍ଲାସ୍ତରରେ ଜରୁରୀକାଳୀନ ଯୋଜନା ସ୍ୱରୂପ ଏ ଦିଗରେ କାର୍ଯ୍ୟ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ୍‍ମାନଙ୍କୁ କୁହାଯାଇଛି। ସେ କହିଛନ୍ତି, ସରକାରଙ୍କ ନୀତି ମୁଖ୍ୟତଃ ସଂକ୍ରମଣ ବ୍ୟାପିବାକୁ ରୋକିବା, ଏ ସମ୍ବନ୍ଧୀୟ କ୍ରିୟାନୁଷ୍ଠାନ ଯୋଜନାର କାର୍ଯ୍ୟକାରିତା, ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରିବା, କୋଭିଡ୍‍-୧୯ ସଂକ୍ରମିତମାନଙ୍କ ଚିକିତ୍ସାର ପରିଚାଳନା ଉପରେ ପର୍ଯ୍ୟବେଶିତ। ରାଜ୍ୟଗୁଡ଼ିକ ସହ ସମନ୍ୱୟରେ ଏହି କାର୍ଯ୍ୟ କରାଯାଉଛି। ସଂକ୍ରମିତ ହାର ବୃଦ୍ଧି ପାଇବାକୁ ବିଶ୍ଳେଷଣ କରାଯିବା ପରେ ସେ କହିଛନ୍ତି, କୋଭିଡ୍‍-୧୯ ବିପକ୍ଷରେ ଲଢ଼େଇରେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ଓ ସଂକ୍ରମଣ ବ୍ୟାପିବାକୁ ରୋକିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଆମେ ଯଦି ଠିକ୍‍ ସମୟରେ ପଦକ୍ଷେପ ଗ୍ରହଣ କରିନଥାନ୍ତେ ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ୨ଲକ୍ଷରୁ ଊର୍ଦ୍ଧ୍ବ ଲୋକ ସଂକ୍ରମିତ ହୋଇସାରିଥାନ୍ତେ ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories