www.samajalive.in
Monday, December 8, 2025
24.1 C
Bhubaneswar

ମାସ୍କ ବାଣ୍ଟୁଛନ୍ତି ସ୍ବେଚ୍ଛାସେବୀ ଅନୁଷ୍ଠାନ ; କିନ୍ତୁ ମିଳୁନି କପଡା

ସୁଆଣ୍ଡୋ :  ହଜାରେରୁ ଅଧିକ ଅସହାୟ ଗରିବ ଲୋକଙ୍କୁ ମାକ୍ସ ବାଣ୍ଟି ସାରିଲେଣି ସ୍ୱେଚ୍ଛାସେବୀ ଅନୁଷ୍ଠାନ । ବଜାର ବନ୍ଦ ଯୋଗୁ କପଡା ମିଳୁ ନଥିବାରୁ କାମ ବନ୍ଦ ହେବା ଅବସ୍ଥା ସୃଷ୍ଟି ହେଲେଣି ବୋଲି କୁହାଯାଉଛି । ସରକାରଙ୍କ ତରଫରୁ ଗତ ନଅ ତାରିଖରୁ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାକୁ ନଜର କରି ପୁରୀଜିଲା ସତ୍ୟବାଦୀ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଦ ପକ୍ଷରୁ ଚାରିଦିନ ଧରି ମାକ୍ସ ତିଆରି ଚାଲିଛି । ସମାଜର ସବୁଠାରୁ ତଳେ ରହିଥିବା ମଣିଷଟି ପାଖରେ କିପରି ମାକ୍ସଟିଏ ପହଞ୍ଚିବ ସେଥିନେଇ ଏହି ପ୍ରୟାସ କରାଯାଉଛି । ନିଜ କାର୍ଯ୍ୟାଳୟରେ ରହିଥିବା କିଛି କପଡାରେ ପ୍ରଥମେ କାମ ଆରମ୍ଭ କରାଯାଇ ଥିଲା । ମାକ୍ସ ତିଆରିରେ ପାଞ୍ଚଜଣ ମହିଳା ନିୟୋଜିତ ରହିଛନ୍ତି । କରୋନା ସଂକ୍ରମଣ ନିରୋଧ ପାଇଁ ଏବେ ଲକ ଡାଉନ ଚାଲୁ ରହିଛି । ତେଣୁ ବଜାରର ସବୁ ଦୋକାନ ବନ୍ଦ ରହିଥିବା ଦୃଷିରୁ ଆମକୁ କପଡା କିଣିବାକୁ ମିଳୁନି । ଗରିବ ଲୋକମାନଙ୍କର ସେବା କରିବା ଅନୁଷ୍ଠାନର ଲକ୍ଷ୍ୟ । ଜିଲା ବା ବ୍ଲକ ପ୍ରଶାସନ ପକ୍ଷରୁ ଆମକୁ କନା ଯୋଗାଇ ଦିଆଗଲେ ନିଜ ପରିଶ୍ରମରେ ମାକ୍ସ ତିଆରି କରି ଗରିବ ଲୋକମାନଙ୍କୁ ବଣ୍ଟନ କରି ପାରିବୁ ବୋଲି ଅନୁଷ୍ଠାନର ସଭାନେତ୍ରୀ ବୀଣାପାଣି ମିଶ୍ର କହନ୍ତି ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories