www.samajalive.in
Tuesday, December 9, 2025
17.1 C
Bhubaneswar

ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜେ ଇନ୍‍ କୋଭିଡ୍‍-୧୯ ଯୋଗୁଁ ବିଶ୍ୱ ଅର୍ଥନୀତି ଓ ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଉପୁଜିଥିବା ଚ୍ୟାଲେଞ୍ଜଗୁଡ଼ିକ ବିଷୟରେ ଆଜି ଆଲୋଚନା କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଟେଲିଫୋନ୍‍ ଯୋଗେ ହୋଇଥିବା ଏହି ବାର୍ତ୍ତାଳାପ ସମୟରେ କରୋନା ଭୂତାଣୁର ମୁକାବିଲା ଦିଗରେ ନିଜ ନିଜ ଦେଶରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଉଭୟ ନେତା ମତ ଆଦାନପ୍ରଦାନ କରିଛନ୍ତି।

ଉଭୟ ଦେଶର ବିଶେଷଜ୍ଞମାନେ ପରସ୍ପର ସହ ସେମାନଙ୍କର ଅଭିଜ୍ଞତାର ଆଦାନପ୍ରଦାନ କରିବାକୁ ଦୁଇ ନେତା ଏକମତ ହୋଇଛନ୍ତି। ଉଭୟ ଭାରତ ଓ ଦକ୍ଷିଣ କୋରିଆ କୋଭିଡ୍‍-୧୯ର ସମାଧାନ ଉପରେ ଗବେଷଣା ଚଳାଇଛନ୍ତି। ଏହି ସଂକଟର ମୁକାବିଲା ପାଇଁ ଦକ୍ଷିଣ କୋରିଆ ଦ୍ୱାରା ନିଆଯାଇଥିବା ବୈଷୟିକ ଜ୍ଞାନ ଭିତ୍ତିକ ପଦକ୍ଷେପକୁ ମୋଦୀ ପ୍ରଶଂସା କରିଛନ୍ତି। ଭାରତୀୟ କମ୍ପାନୀମାନେ ଦକ୍ଷିଣ କୋରିଆରୁ କ୍ରୟ କରୁଥିବା ଚିକିତ୍ସା ସରଞ୍ଜାମଗୁଡ଼ିକର ଯୋଗାଣରେ ସେଠାକାର ସରକାର ସହାୟତା କରୁଥିବାରୁ ମୋଦୀ କୋରିଆ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

- Advertisement -

ଭାରତ ଏକ ଜନବହୁଳ ରାଷ୍ଟ୍ର ହୋଇଥିବାରୁ ସରକାର ଯେଭଳି ଭାବେ କରୋନା ଭୂତାଣୁର ମୁକାବିଲାରେ ପଦକ୍ଷେପମାନ ନେଉଛନ୍ତି ତାହାକୁ କୋରିଆ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଭାରତରେ ଥିବା କୋରିଆର ନାଗରିକମାନଙ୍କୁ ଭାରତ ଯେଭଳି ଭାବେ ସହାୟତା କରୁଛି ସେଥିପ।ଇଁ କୋରିଆ ରାଷ୍ଟ୍ରପତି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦକ୍ଷିଣ କୋରିଆରେ ହେବାକୁ ଥିବା ନ୍ୟାସନାଲ୍‍ ଅସସେମ୍ବଲି ନିର୍ବାଚନ ପାଇଁ ମୋଦୀ ରାଷ୍ଟ୍ରପତି ମୁନ୍‍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories