www.samajalive.in
Monday, December 8, 2025
20.1 C
Bhubaneswar

୨ ହଜାର କୋଟି ଟଙ୍କାକୁ ବଢ଼ିଲା ଓଡ଼ିଶା ଆକସ୍ମିକ ପାଣ୍ଠି ରାଶି

ଭୁବନେଶ୍ବର(ବ୍ୟୁରୋ): କରୋନାଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ଆକସ୍ମିକ ପାଣ୍ଠି ରାଶିକୁ ୧୪୦୦ କୋଟି ଟଙ୍କାରୁ ୨ହଜାର କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି ଏବଂ ବୈଠକରେ ଓଡ଼ିଶା କଣ୍ଟିଜେନ୍ସି ଫଣ୍ଡ ଆଇନ ୧୯୭୬କୁ ଏକ ଅଧ୍ୟାଦେଶ ବଳରେ ସଂଶୋଧନ କରାଯାଇଛି । ୨୦୧୮ ଡିସେମ୍ବର ୨୯ ତାରିଖରେ ରାଜ୍ୟ କ୍ୟାବିନେଟ୍ ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ମାଧ୍ୟମରେ ଓଡ଼ିଶା ଆକସ୍ମିକ ପାଣ୍ଠିର ପରିମାଣକୁ ୪୦୦କୋଟି ଟଙ୍କାରୁ ୧୪୦୦କୋଟି ଟଙ୍କାକୁ ବୃଦ୍ଧି କରିଥିଲେ । ବର୍ତ୍ତମାନ ସ୍ଥିତିରେ କରୋନା ମୁକାବିଲା ନିମନ୍ତେ ତାହାକୁ ଆହୁରି ବୃଦ୍ଧି କରାଯାଇଛି ।ଏ ସମ୍ପର୍କରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଓଡ଼ିଶା ଆକସ୍ମିକ ପାଣ୍ଠି(ଓଡ଼ିଶା କଣ୍ଟିଜେନ୍ସି ଫଣ୍ଡ ବା ଓସିଏଫ)ର ପରିମାଣକୁ ୨ହଜାର କୋଟି ଟଙ୍କାକୁ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହାସହିତ ୧ଲକ୍ଷ ଆଣ୍ଟି-ବଡ଼ି ଟେଷ୍ଟ୍ କିଟ୍ କ୍ରୟ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ପୂର୍ବରୁ ମନ୍ତ୍ରିସ୍ତରୀୟ କମିଟି ଏଥିପାଇଁ ଅନୁମତି ଦେଇଥିଲେ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣ ମେଡିକାଲ ସରଞ୍ଜାମ, ଟେଷ୍ଟିଂ କିଟ୍ ଓ ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୟୁପମେଣ୍ଟ (ପିପିଇ) ଉପଲବ୍ଧ ରହିଛି। ଏହା ୪ରୁ ୮ମାସ ପର୍ଯ୍ୟନ୍ତ ଆବଶ୍ୟକତାକୁ ଭରଣା କରି ପାରିବ । ତା’ଛଡ଼ା ଅଧିକ ପରିମାଣର ପିପିଇ ବାହାରୁ ଆଣିବା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି  ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories