www.samajalive.in
Monday, December 8, 2025
27.1 C
Bhubaneswar

କରୋନାରୁ ମୁକ୍ତି ପାଇଁ ସାହାଯ୍ୟ କଲେ ଭାରତକୁ ଆମେ ସବୁବେଳେ ମନେ ରଖିବୁ : ଶୋଏବ ଅଖତର

ଇସଲାମାବାଦ୍ : ବର୍ତ୍ତମାନ ସମଗ୍ର ବିଶ୍ବରେ କରୋନା ଭୂତାଣୁ(ଭାଇରସ) ଆତଙ୍କ ସୃଷ୍ଟି କରିଛି। କରୋନାରୁ ରକ୍ଷା ପାଇବା ପାଇଁ ସମସ୍ତେ ଲଢେଇ ଜାରି ରଖିଛନ୍ତି। ଏହିଭଳି ଘଡ଼ିସନ୍ଧି ସମୟରେ ଯଦି ଭାରତ କରୋନାରୁ ମୁକ୍ତି ପାଇଁ ପାକିସ୍ତାନକୁ ସାହୟତାର ହାତ ବଢାଏ ତେବେ ଆମେ ତାକୁ ସବୁବେଳେ ମନେ ରଖିବୁ। ଏଭଳି କହିଛନ୍ତି ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। ଏହି ସଙ୍କଟ ସମୟରେ ଉଭୟ ଦେଶ ପରସ୍ପରକୁ ସାହାଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଯଦି ବର୍ତ୍ତମାନ ସମୟରେ କରୋନା ସହ ଲଢିବା ପାଇଁ ଭାରତ ଆମକୁ ୧୦ହଜାର ଭେଣ୍ଟିଲେଟର ଦିଏ ତେବେ ପାକିସ୍ତାନ ଏହାକୁ ସର୍ବଦା ମନେ ରଖିବ।
୨୦୦୮ ମସିହାରେ ପାକିସ୍ତାନ ସ୍ତିତ ଏକ ସଂଗଠନ ଦ୍ୱାରା ଭାରତ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଦୁଇ ଦେଶ ମଧ୍ୟରେ କ୍ରିକେଟ୍ ସିରିଜ୍ ଖେଳାଯାଇ ନାହିଁ। ମାତ୍ର ଉଭୟ ଦଳ ଆଇସିସି ଟୁର୍ଣ୍ଣାମେଣ୍ଟ ଏବଂ ଏସିଆ କପରେ ମୁହାଁମୁହିଁ ହୋଇଛନ୍ତି। ତେବେ ଭାରତ ଏବଂ ପାକିସ୍ତାନରେ କରୋନା ଭାଇରସ୍ ବିରୋଧରେ ଲଢେଇ ପାଇଁ ପାଣ୍ଠି ସଂଗ୍ରହ କରିବା ଉଦେଶ୍ୟରେ ଦୁଇ ଦେଶ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ୍ ସିରିଜର ଆୟୋଜନ କରିବାକୁ ଅଖତର ପ୍ରସ୍ତାବ ଦେଇଛନ୍ତି।
ଶୋଏବ କହିଛନ୍ତି ଯେ, ଏହି ସଙ୍କଟ ସମୟରେ ମୁଁ ଦୁଇ ଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଆୟୋଜନ କରିବା ପାଇଁ ପ୍ରସ୍ତାବ ଦେଇଛି। ଏହି ସିରିଜର ଫଳାଫଳ ଯାହା ହେଉନା କାହିଁକି, ଉଭୟ ଦେଶର କୌଣସି କ୍ରିକେଟ୍ ପ୍ରେମୀ ଦୁଃଖିତ ହେବେ ନାହିଁ। ସେ କହିଛନ୍ତି, ଏହି ସିରିଜରେ ଯଦି “ବିରାଟ କୋହଲି ଶତକ ହାସଲ କରନ୍ତି ତେବେ ଆମେ ଖୁସି ହେବୁ। ସେହିଭଳି ଯଦି ବାବର ଆଜାମ ଏକ ଶତକ ହାସଲ କରନ୍ତି ତେବେ ଆପଣମାନେ ମଧ୍ୟ ଖୁସି ହେବା ଆବଶ୍ୟକ। ମ୍ୟାଚର ଫଳାଫଳ ଯାହା ହେଉନା କାହିଁକି ଉଭୟ ଦଳ ବିଜୟୀ ହେବେ।
ସେ କହିଛନ୍ତି ଯେ, ଏହି ମ୍ୟାଚକୁ ନଶ୍ଚିତ ଭାବେ ବହୁ ଦର୍ଶକ ଦେଖିବେ। ଏଥିରୁ ଯାହା ଅର୍ଥ ଆସିବ ତାହାକୁ କରୋନା ବିରୋଧରେ ଲଢିବା ପାଇଁ ଦୁଇ ଦେଶ ମଧ୍ୟରେ ସମାନ ଭାବରେ ବଣ୍ଟନ କରାଯିବା ଉଚିତ୍। ଶୋଏବ କହିଛନ୍ତି, “ବର୍ତ୍ତମାନ ସମସ୍ତେ ଘରେ ବସି ଏହି ମ୍ୟାଚ୍ ଦେଖିବେ। ଯଦିଓ ବର୍ତ୍ତମାନ ନୁହେଁ, କିନ୍ତୁ ଯେତେବେଳେ ଅବସ୍ଥା ସୁଧୁରିବା ଆରମ୍ଭ କରିବ, ସେତେବେଳେ ଏହାକୁ ଦୁବାଇରେ ଆୟୋଜନ କରାଯାଇ ପାରିବ। ଏହି ମ୍ୟାଚ ମଧ୍ୟ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ଅଖତର କହିଛନ୍ତି ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories