www.samajalive.in
Thursday, December 11, 2025
27.1 C
Bhubaneswar

ଜାଗ୍ରତ ପ୍ରହରୀ : ପାକିସ୍ତାନର ଉଦ୍ୟମ ନିନ୍ଦନୀୟ

କରୋନା ମୁକାବିଲା ରଣନୀତିରେ ସମଗ୍ର ବିଶ୍ୱ ନିମଗ୍ନ ଥିବା ବେଳେ ପାକିସ୍ତାନ ପରି କେତେକ ରାଷ୍ଟ୍ର ସେମାନଙ୍କ ନୀଚମନାର ପରିଚୟ ଦେବାରେ ଅବହେଳା କରିନାହାନ୍ତି। ଅଧିକନ୍ତୁ ମହାମାରୀ ବିପତ୍ତିର ଫାଇଦା ଉଠାଇ ପାକିସ୍ତାନ ତା’ର ହୀନ ଉଦ୍ଦେଶ୍ୟ ଚରିତାର୍ଥ କରିବାର ଅପଚେଷ୍ଟା କରିଛି। ଗତ କିଛିଦିନ ଧରି କାଶ୍ମୀର ସୀମାନ୍ତରେ ଆତଙ୍କବାଦୀଙ୍କ ଉତ୍ପାତ ଓ ଅନୁପ୍ରବେଶ ଉଦ୍ୟମ ଏହାର ସଦ୍ୟତମ ଉଦାହରଣ। କରୋନା ମୁକାବିଲାରେ ଦେଶ ଭିତରେ ସ୍ୱାସ୍ଥ୍ୟକର୍ମୀ ଓ ପୁଲିସ ବାହିନୀ ଅକ୍ଳାନ୍ତ ପରିଶ୍ରମ କରୁଥିବା ବେଳେ ସୀମା ସୁରକ୍ଷା ପାଇଁ ସେନା ଓ ସୁରକ୍ଷାକର୍ମୀମାନେ ଜାଗ୍ରତ ପ୍ରହରୀର ଭୂମିକା ନିଷ୍ଠାପର ଭାବେ ତୁଲାଇ ଆସୁଛନ୍ତି। ୩-୪ ତାରିଖ ରାତିରେ ଆତଙ୍କବାଦୀଙ୍କ ସହିତ ହାତାହାତି ମୁକାବିଲାରେ ଭାରତର ୫ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି, କିନ୍ତୁ ତା’ ପୂର୍ବରୁ ସୁରକ୍ଷାକର୍ମୀଙ୍କ ହାତରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏକଥା ଆଉ ଅଛପା ନାହିଁ ଯେ ଭାରତ ସୀମାରେ ଆତଙ୍କବାଦ ପଛରେ ପାକିସ୍ତାନର ପ୍ରୋତ୍ସାହନ ରହିଛି। ଏବେ ସମଗ୍ର ମାନବସମାଜ ଆଗରେ କୋଭିଡ୍-୧୯ ହିଁ ଏକମାତ୍ର ଶତ୍ରୁ। ମହାପରାକ୍ରମୀ କୋଭିଡ୍-୧୯ର ଗତିରୋଧ ପାଇଁ ସମଗ୍ର ବିଶ୍ୱ ଯେତେବେଳେ ବିବାଦ, ବିଦ୍ୱେଷ ଓ ମନାନ୍ତର ଭୁଲି ମିଳିତ ସଂଗ୍ରାମ ଆରମ୍ଭ କରିଛନ୍ତି, ସେହି ସମୟରେ ପାକିସ୍ତାନର ଉଦ୍ୟମ ନିନ୍ଦନୀୟ।

Hot this week

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

Related Articles

Popular Categories