www.samajalive.in
Tuesday, December 9, 2025
17.1 C
Bhubaneswar

ବଣ୍ୟଜନ୍ତୁ ସଂରକ୍ଷଣସ୍ଥଳୀ ପ୍ରତି ସତର୍କ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ

ସମାଜ ପୋର୍ଟାଲ ଡେସ୍କ: ବିଭିନ୍ନ ଅଭୟାରଣ୍ୟ, ବଣ୍ୟଜନ୍ତୁ ସଂରକ୍ଷଣସ୍ଥଳୀ ଓ ବ୍ୟାଘ୍ର ଅଭୟାରଣ୍ୟଗୁଡ଼ିକରେ କୋଭିଡ୍‍-ନାଇଣ୍ଟିନ୍‍ ସଂକ୍ରମଣ ବ୍ୟାପିବାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଜାରି କରିଛନ୍ତି। ଦେଶରେ କରୋନା ଭୂତାଣୁ ସଂକ୍ରମଣ ଓ ବିଦେଶରେ ଗୋଟିଏ ବାଘ କରୋନା ଭୂତାଣୁରେ ସଂକ୍ରମିତ ହେବାର ଖବର ପ୍ରକାଶ ପାଇବା ପରେ ପରିବେଶ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଚିଠି ଲେଖିଛି।

ମଣିଷ ଦେହରୁ ଜୀବଜନ୍ତୁଙ୍କ ଶରୀରକୁ ଯେଭଳି ଭୂତାଣୁ ସଂକ୍ରମିତ ନ ହୁଏ, ସେଥି ପ୍ରତି ବିଶେଷ ଦୃଷ୍ଟିଦେବାକୁ ପରିବେଶ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କହିଛି। ଲୋକମାନଙ୍କୁ ଜାତୀୟ ଅଭୟାରଣ୍ୟ, ବଣ୍ୟଜନ୍ତୁ ସଂରକ୍ଷଣ ସ୍ଥଳୀ ଓ ବ୍ୟାଘ୍ର ଅଭୟାରଣ୍ୟଗୁଡ଼ିକୁ ଯିବାପାଇଁ ଅନୁମତି ନ ଦେବା ଲାଗି ଏହି ପରାମର୍ଶ ସୂଚୀରେ କୁହାଯାଇଛି। ଫିଲ୍‍ଡ ମ୍ୟାନେଜର, ପଶୁ ଚିକିତ୍ସକ ଓ ଅଭୟାରଣ୍ୟଗୁଡ଼ିକ ପାଇଁ ମୁତୟନ କର୍ମଚାରୀମାନଙ୍କ ସହ ମିଶି ଏକ ଟାସ୍କଫୋର୍ସ କିମ୍ବା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣକାରୀ ବାହିନୀ ଗଠନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯଦି ଏଭଳି କୌଣସି ଘଟଣା ଦୃଷ୍ଟିଗୋଚର ହୁଏ, ସେ ସଂକ୍ରାନ୍ତରେ ତୁରନ୍ତ ରିପୋର୍ଟ କରିବା ଲାଗି ଦିନରାତି ଚବିଶଘଣ୍ଟା କାର୍ଯ୍ୟ କରିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories