www.samajalive.in
Monday, December 8, 2025
24.1 C
Bhubaneswar

କୁଲଡିହା ଅଭୟାରଣ୍ୟରୁ ୫ ଶିକାରୀ ଗିରଫ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ସ୍ଥିତ କୁଲଡିହା ଅଭୟାରଣ୍ୟରୁ ସ୍ଥାନୀୟ ବନବିଭାଗ ୫ଜଣ ଶିକାରୀଙ୍କୁ ଗିରଫ କରି ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି।
ସୂଚନା ଅନୁସାରେ, କୁଲଡିହା ଜଙ୍ଗଲ ଭିତରେ ଥିବା ଡାକବଙ୍ଗଳା ପାଖରେ ବନକର୍ମଚାରୀମାନେ ବସି କଥାବାର୍ତ୍ତା ହେଉଥିବା ସମୟରେ ହଠାତ ଗୁଳି ଫୁଟିବାର ଶବ୍ଦ ହୋଇଥିଲା। ରେଞ୍ଜର ବିଜୟ ମହାପାତ୍ରଙ୍କ ନିର୍ଦେଶରେ ଫରେଷ୍ଟର ନରେଶ ସିଂ, ଗାର୍ଡ଼ ହିମାଂଶୁ ଶେଖର ପାଢ଼ୀ ପ୍ରମୁଖ ସଦଳବଳେ ଖୁନ୍ଦୁଡ଼ି ଜଙ୍ଗଲ ଆଡ଼କୁ ମାଡ଼ି ଯାଇଥିଲେ। ଶିକାରୀମାନେ ଘଟଣାସ୍ଥଳରେ ଏକ ଗୁରାଣ୍ଡିକୁ ମାରିବା ପରେ ତାକୁ ଧରି ଅନ୍ୟ ଅଞ୍ଚଳକୁ ଶିକାର ପାଇଁ ଯିବାକୁ ଉଦ୍ୟମ କରୁଥିବା ସମୟରେ ବନକର୍ମଚାରୀମାନେ ସେମାନଙ୍କୁ ଘେରି ଯାଇଥିଲେ। ଗିରଫ ହୋଇଥିବା ଶିକାରୀମାନେ ହେଲେ ନୀଳଗିରି ବ୍ଲକ ତଥା ବରହମପୁର ଥାନା ଅଧୀନ ଧଡ଼ାସାହି ଗାଁର ଦୁଖିଆ ମୁର୍ମୁ (୪୦), ହୁଡ଼ିସାହିର ଗାଲୁ ସିଂ (୪୫), ଲକ୍ଷ୍ମୀଧର ସିଂ (୨୦), ଶାମରୀ ସିଂ (୨୨) ଓ ପୁଟିବନ୍ଧ ଗାଁର ମୁନା ସିଂ (୨୬)। ସେମାନଙ୍କଠାରୁ ଗୋଟିଏ ମୃତ ଗୁରାଣ୍ଡି, ୨ଟି ଦେଶୀ ବନ୍ଧୁକ, ଦିଆସିଲ, ଶିକାରୀ ଟର୍ଚ୍ଚ ୨ଟି, ଗୋଟିଏ କଟୁରୀ ଓ ଗୋଟିଏ ଛୁରି ପ୍ରଭୃତି ମାରଣାସ୍ତ୍ର ଜବତ କରାଯାଇଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories