www.samajalive.in
Monday, December 8, 2025
13.1 C
Bhubaneswar

ହାଜତରୁ ଚମ୍ପଟ ମାରିଲା ବଳାତ୍କାର ଅଭିଯୁକ୍ତ

ନୀଳଗିରି: ନାବାଳିକାକୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଥାନା ହାଜତରୁ ଚମ୍ପଟ ମାରିବା ଘଟଣା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବରହମପୁର ଥାନାରେ।

ଜଣେ ନାବାଳିକାକୁ ବଳାତ୍କାର କରାଯିବା ଅଭିଯୋଗରେ ସ୍ଥାନୀୟ ପୁଲିସ ରବିବାର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଞ୍ଚଳର ଜଣେ ୧୬ବର୍ଷୀୟା ନାବାଳିକା ବରହମପୁର ଥାନା ଅଞ୍ଚଳର ଜଣେ ବାନ୍ଧବୀଙ୍କ ଘରକୁ ବୁଲିବାକୁ ଆସିଥିଲେ। ବାନ୍ଧବୀଙ୍କ ଭାଉଜ ସମ୍ପୃକ୍ତା ନାବାଳିକାକୁ ସଉଦା ଆଣିବାକୁ ଗାଁ ଦୋକାନକୁ ପଠାଇଥିବା ସମୟରେ ବରହମପୁର ଥାନା ଅଧୀନ ତେଲିପାଳ ନିକଟସ୍ଥ ପୁଟିବନ୍ଧ ଗାଁର ଶନିଆ ସିଂ (୨୮) ଓ ସାହୁ ସିଂ (୨୭) ନାମକ ଯୁବକ ନାବାଳିକାକୁ ଏକ ବାଇକରେ ଅପହରଣ କରି ନେଇଥିଲେ। ପରେ ଅଭିଯୁକ୍ତ ଶନିଆ ସମ୍ପୃକ୍ତା ନାବାଳିକାକୁ ବଳାତ୍କାର କରିଥିବା ଏବଂ ଏକଥା ବାହାରେ ପ୍ରକାଶ କରିଲେ ଜୀବନରୁ ମାରିଦେବା ଧମକ ମଧ୍ୟ ଦେଇଥିଲା। ଉକ୍ତ ଘଟଣାରେ ବରହମପୁର ଥାନା ଆଇଆଇସି ପ୍ରଭଞ୍ଜନ ବେହେରା ପୋକ୍ସୋ ଆକ୍ଟ ମୂଳେ ଏକ ବଳାତ୍କାର ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ହାଜତରେ ଅଟକ ରଖିଥିଲେ। ସୋମବାର ସେମାନଙ୍କୁ କୋର୍ଟଚାଲାଣ କରାଯିବା ନେଇ ପୁଲିସ ପକ୍ଷରୁ କାଗଜପତ୍ର କାମ ଆରମ୍ଭ ହୋଇଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଶନିଆ ରବିବାର ବିଳମ୍ବିତ ରାତିରେ ହାଜତରୁ ଚମ୍ପଟ ମାରିଛି। ଏହି ଘଟଣାରେ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଛବି ହାଁସଦା ନାମକ ଜଣେ କନଷ୍ଟେବଳ ରବିବାର ରାତିରେ ଥାନା ସେଣ୍ଟ୍ରି ଦାୟିତ୍ୱରେ ରହିଥିବା ସମୟରେ ଏଭଳି ଘଟଣା ଘଟିଛି। ଅନ୍ୟପକ୍ଷରେ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ଜାଲ ବିଛାଯାଇଛି ବୋଲି ଆଇଆଇସି ଶ୍ରୀ ବେହେରା ଜଣାଇଛନ୍ତି। ସୂଚନା ଯେ, ପୁଲିସ ପକ୍ଷରୁ ହାଜତରେ ତାଲା ଦିଆନଯାଇ କେବଳ ଖିଡ୍‍କୀ ଦିଆଯାଇଥିଲା। ଯାହାର ସୁଯୋଗରେ ସମ୍ପୃକ୍ତ ଅଭିଯୁକ୍ତ ହାଜତରୁ ବାହାରି ଥାନା ପଛ ଦ୍ୱାର ଦେଇ ଖସିବାରେ ସଫଳ ହୋଇଥିବା କୁହାଯାଉଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories