ଭୁବନେଶ୍ବର : ସୋମବାର ସମ୍ ହସ୍ପିଟାଲରେ ରାଜ୍ୟ ସରକାର ଦ୍ବାରା ଆଉ ଏକ ବଡ଼ କୋଭିଡ୍-୧୯ ୱାର୍ଡ ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ୫୨୫ ଶଯ୍ୟା ବିଶିଷ୍ଟ ଏହି କୋଭିଡ-୧୯ ହସ୍ପିଟାଲକୁ ଉଦ୍ଘାଟନ କରିଛନ୍ତି। ଆଇଏମ୍ ଏସ୍ ଓ ସମ୍ ହସ୍ପିଟାଲ ସହାୟତାରେ ନିର୍ମାଣ ହୋଇଥିବା ରାଜ୍ୟ ସରକାରଙ୍କର ଏହି କୋଭିଡ୍-୧୯ ହସ୍ପିଟାଲରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହିତ ରୋଗୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇଛି। ଏଥିମଧ୍ୟରୁ ୫୦୦ ଜେନେରାଲ ବେଡ୍ ଏବଂ ୨୫ଟି ଆଇସିୟୁ ବେଡ୍ ରଖାଯାଇଛି। ଉଦଘାଟନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଏମସିଏଲ ସିଏମଡି ପ୍ରମୁଖ ଉପସ୍ଥିତ ରହିଥିଲେ।
Popular Categories



