www.samajalive.in
Saturday, December 6, 2025
26.1 C
Bhubaneswar

କୁସଙ୍ଗ ବନ୍ୟପ୍ରାଣୀ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ

ବୈଦ୍ଧ : ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ସଂରକ୍ଷିତ ଜଙ୍ଗଲର ଲେଦେରାକେନ୍ଦୁ ବିଟରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଆଜି ସକାଳୁ ବାଘଟି ମରି ପଡିଥିବା ଦେଖି ସ୍ଥାନୀୟ ଲୋକମାନଙ୍କ ଠାରୁ ସୂଚନା ପାଇଁ କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜର ଓ ନୟାଗଡ଼ ବନ୍ୟପ୍ରାଣୀ ଡିଏଫଓ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରିବା ସହିତ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ମୃତ ବାଘର ଶବ ବ୍ୟବଚ୍ଛେଦ କରାଇଥିଲେ। ତେବେ ମୃତ ବାଘର ବୟସ ୩ ବର୍ଷ ୬ ମାସ ଓ ତାର ପଛର ଗୋଟିଏ ଗୋଡ଼ କୌଣସି କାରଣରୁ କିଛିଦିନ ହେଲା ଆହତ ଥିବା କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜର ସୂଚନା ଦେଇଛନ୍ତି। ତେବେ ସଂରକ୍ଷିତ ଜଙ୍ଗଲରେ ଅବାଧ ପଶୁ ଶିକାର ଚାଲିଥିବା ଅଭିଯୋଗ ହୋଇ ଆସୁଥିବାବେଳେ ବାଘ ଆହତ ହେବା ଘଟଣା ବନ୍ୟପ୍ରାଣୀ ବିଭାଗର ଅଧିକାରୀମାନଙ୍କୁ ଅଡୁଆରେ ପକାଇଦେଇଛି। ବାଘଟି କୌଣସି ଶିକାରୀ ଦ୍ୱାରା ଆହତ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ନହେଲେ ସଂରକ୍ଷିତ ଜଙ୍ଗଲ ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories