www.samajalive.in
Saturday, December 6, 2025
26.1 C
Bhubaneswar

ଯାଜପୁରରେ ଆସନ୍ତା କାଲି ରାତି ୮ଟା ପର୍ଯ୍ୟନ୍ତ ସଟ ଡାଉନ

ଯାଜପୁର : କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ୪୮ ଘଂଟିଆ ଆସନ୍ତା କାଲି ରାତି ୮ ଟା ପର୍ଯ୍ୟନ୍ତ ସଟ ଡାଉନ ଚାଲିଛି । ଏହାର ପ୍ରଭାବ ଆଜି ଅନୁଭୁତ ହୋଇଛି । କେବଳ ଔଷଧ ଦୋକାନକୁ ଛାଡି ଦେଲେ ସବୁ ବଜାର ଘାଟ ବନ୍ଦ ରହିଛି । ସବୁ ଆଡେ ଶୁନଶାନ,ଖାଁ ଖାଁ ପରିବେଶ । ଯାଜପୁର ଜିଲାର ବ୍ରହ୍ମବରଦା ଅଂଚଳରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାପ୍ରଶାସନ ଏପରି ପଦକ୍ଷେପ ନେଇଛି । ଜିଲାର ସମସ୍ତ ବ୍ଲକ ମୁଖ୍ୟାଳୟ ସହିତ ଯାଜପୁର ଓ ବ୍ୟାସନଗର ପୌରାଂଚଳରେ ଏହି ସଟଡାଉନ ଆସନ୍ତା କାଲି ରାତି ୮ ଟା ପର୍ଯ୍ୟନ୍ତ ବଳବତର ରହିବ । ଏହି ସଟ ଡାଉନକୁ ସପଂଳ କରିବା ପାଇଁ ଗତକାଲି ରାତିରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ପ୍ଲାଗ ମାର୍ଚ କରାଯାଇ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଟିମ ଜିଲାର ବିଭିନ୍ନ ଅଂଚଳ ଗସ୍ତ କରି ଯାଜପୁର ସହରରେ ବୁଲି ବୁଲି ସଟ ଡାଉନ ନିୟମକୁ ମାନିବାକୁ ପରାମର୍ଶ ଦେଇଥିଲେ । ଘରୁ ବାହାରିଲେ ଜବରଦସ୍ତ ୧୪ ଦିନିଆ କ୍ୱାରେନଟାଇନରେ ରହିବାକୁ ବାଧ୍ୟ କରାଯିବ । ଏହି ଅବସରରେ ଡିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଅକ୍ଷୟ କୁମାର ମଲ୍ଲିକ,ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କୁ ଘରେ ରହି ନିୟମ ମାନିବାକୁ ପରାମର୍ଶ ଦେଇଥିଲେ ।ସେପଟେ ପ୍ରଶାସନର ଏପରି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଜିଲାବାସୀ । ନିଜ ଘରେ ରହି ସମୟ କାଟି ପ୍ରଶାସନର ନିଷ୍ପତି ମାନିଲେ କୋରୋନାକୁ ରୋକି ହେବ ବୋଲି ମତ ଦେଇଛନ୍ତି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories