www.samajalive.in
Monday, December 8, 2025
20.1 C
Bhubaneswar

ତେଲେଙ୍ଗାନାରୁ ନିଜାମୁଦ୍ଦିନ ମରକଜକୁ ଯାଇଥିଲେ ୧୦୩୦, କରୋନା ପଜିଟିଭ ୧୯୦

ହାଇଦ୍ରାବାଦ: କରୋନା ମହାମାରୀ ସଙ୍କଟକୁ ଅଧିକ ବିପଜ୍ଜନକ ସ୍ଥିତିକୁ ନେଇଛନ୍ତି ନିଜାମୁଦ୍ଦିନରୁ ଫେରିଥିବା ଲୋକ। ନିଜାମୁଦ୍ଦିନର ମରକଜରୁ ବିଭିନ୍ନ ରାଜ୍ୟକୁ ଏହି ଲୋକମାନେ ଫେରିବା ପରେ ସମ୍ପୃକ୍ତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ଉତ୍ତରପ୍ରଦେଶ ଓ ତେଲେଙ୍ଗାନା ଭଳି ରାଜ୍ୟ ଏହାର ବଡ଼ ଉଦାହରଣ ସାଜିଛନ୍ତି। ତେଲେଙ୍ଗାନାରୁ ନିଜାମୁଦ୍ଦିନ ମରକଜ ଜମାତକୁ ୧୦୩୦ ଜଣ ମୁସଲମାନ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୯୦ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ସେଥିରୁ ୬ ଜଣଙ୍କର ମୃତ୍ୟୁ ଘଟିସାରିଛି। ଆହୁରି ୫୦୦ ଜଣଙ୍କ ରିପୋର୍ଟ ଆସି ନ ଥିବାରୁ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ଉତ୍ତରପ୍ରଦେଶର ଶତାଧିକ ଲୋକ ଦିଲ୍ଲୀ ନିଜାମୁଦ୍ଦିନ ଜମାତରୁ ଫେରିଥିବାବେଳେ ସେମାନଙ୍କଠାରେ କରୋନା ପଜିଟିଭ ଦେଖିବାକୁ ମିଳିଛି। ସେହିପରି ଦିଲ୍ଲୀ, ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟର ଅବସ୍ଥା ମଧ୍ୟ ସମାନ। ଓଡ଼ିଶାରୁ ଜମାତକୁ ଯାଇଥିବା ମୁସଲମାନଙ୍କ ମଧ୍ୟରୁ ୩ ଜଣଙ୍କଠାରେ କରୋନା ପଜିଟିଭ ବାହାରିଛି।

ତେଲେଙ୍ଗାନାରେ ବର୍ତ୍ତମାନ ୨୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯେଉଁଥିରୁ ୮୨ ପ୍ରତିଶତ ରୋଗୀ ନିଜାମୁଦ୍ଦିନ ଜମାତରୁ ଫେରିଛନ୍ତି। କରୋନାକୁ ଅଟକାଇବା ଲାଗି ରାଜ୍ୟ ଏବଂ କେନ୍ଦ୍ର ସରକାରମାନେ ଯେତେ​‌ ପଦକ୍ଷେପ ନେଲେ ବି ଜନସାଧାରଣ ସଚେତନ ହେଉ ନ ଥିବାରୁ ଏହାକୁ ରୋକିବା ଏବେ କଷ୍ଟକର ହେଲା ଭଳି ମନେ ହେଉଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories