www.samajalive.in
Sunday, December 7, 2025
23.1 C
Bhubaneswar

କରୋନା: ଫିଫା ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ବକପ ସ୍ଥଗିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଭୟାବହତାକୁ ଦୃଷ୍ଟିରେ ରଖି ଅଣ୍ଡର-୧୭ ଫିଫା ମହିଳା ଫୁଟବଲ ବିଶ୍ବକପକୁ ସ୍ଥଗିତ ରଖାଯାଇଛି। ଏହି ଫୁଟବଲ କ୍ରୀଡ଼ା ମହାକୁମ୍ଭ ଆସନ୍ତା ନଭେମ୍ବର ମାସରେ ଭାରତରେ ଅନୁଷ୍ଠିତ ହେବାର ଥିଲା। ନଭେମ୍ବର ୨ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଗ୍ରାଉଣ୍ଡରେ ଏହି କ୍ରୀଡ଼ା ଆୟୋଜନ କରାଯାଇଥାନ୍ତା। କିନ୍ତୁ ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଅଧିକ ମାତ୍ରାରେ ବ୍ୟାପୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଫିଫା ଏବଂ ଫୁଟବଲ କ୍ରୀଡ଼ାସଂଘଗୁଡ଼ିକ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରଥମ ଥର ଲାଗି ଭାରତରେ ଫିଫା ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ବକପ ଆୟୋଜନ ହେବାର ଥିଲା। ଏହି ବିଶ୍ବକପ ଲାଗି ପରବର୍ତ୍ତୀ ସମୟରେ ତାରିଖ ଧାର୍ଯ୍ୟ କରାଯିବ ବୋଲି ଫିଫା ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସ ଏବଂ ୟୁରୋ-୨୦୨୦କୁ ସ୍ଥଗିତ କରାଯାଇଛି। ସେହିପରି ସାରା ବିଶ୍ବରେ କରୋନା ମହାମାରୀ ରୂପ ନେଇଥିବାରୁ ଫିଫା ଅଣ୍ଡର-୨୦ ମହିଳା ଫୁଟବଲ ବିଶ୍ବକପକୁ ସ୍ଥଗିତ ରଖିବାକୁ ଫିଫାକୁ ପ୍ରସ୍ତାବ ଦିଆଯାଇଛି। ଏହା ଆସନ୍ତା ଅଗଷ୍ଟ/ସେପ୍ଟେମ୍ବରରେ କୋଷ୍ଟାରିକାରେ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories