www.samajalive.in
Monday, December 8, 2025
27.1 C
Bhubaneswar

ଉଦାହରଣ ସୃଷ୍ଟି କଲେ ମୋଚି ସାହି ହେଲ୍ପ୍‍ ଡେସ୍କର ସଦସ୍ୟା ମାନେ

ଭୁବନେଶ୍ୱର :  ଭୁବନେଶ୍ୱର ସ୍ଥିତ ୪୨ନଂ ଓାର୍ଡ୍ୱ ର ମୋଚି ସାହି ଏକ ସହରୀ ତଳି ବସ୍ତି ଅଟେ। ଏହି ବସ୍ତିରେ ପ୍ରାୟ ୨୦୦୦ରୁ ଅଧିକ ଲୋକ ବସବାସ କରନ୍ତି। ଏହି ବସ୍ତିରେ ବାସ କରୁଥିବା ସମସ୍ତ ପରିବାରର ଅଳିଆକୁ ଗଦା କରିବା ପାଇଁ କୌଣସି ଖାଲି ସ୍ଥାନ ନ ଥିବାରୁ ବସ୍ତିର ମଧ୍ୟ ଭାଗରେ ଥିବା ମୟୁରୀ କ୍ଲବ୍‍ ସମ୍ମୁଖରେ ଅଳିଆ ଗୁଡିକୁ ଗଦା କରାଯାଉଥିଲା। କରୋନାର ଭୟାଭୟତାକୁ ଉପଲବ୍ଧ କରି ପ୍ରୟାସ ସିଙ୍ଗିଲ୍‍ ୱିଣ୍ଡୋ, ସି.ଏଫ୍‍.ଏ.ଆର୍‍ ଦ୍ୱାରା ତିଆରି କରାଯାଇଥିବା ସହାୟକ ବେଞ୍ଚ୍‍  ମୋଚି ସାହିର ସଦସ୍ୟା ମାନେ ସ୍ଥାନୀୟ ପୂର୍ବତନ କର୍ପୋରେଟରଙ୍କ ସହାୟତାରେ ବି.ଏମ୍‍.ସି ଅଧିକାରୀ ଏବଂ ପି.ଏମ୍‍.ୟୁର ସଫେଇ ସୁପର୍‍ ଭାଇଜରଙ୍କର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ । ଏବେ ବି.ଏମ୍‍.ସିର ଅଳିଆ ସଫା ଗାଡି ଆସି ନିୟମିତ ଭାବରେ ବସ୍ତିରେ ପହଞ୍ଚୁଛି ଏବଂ ବସ୍ତିର ସମସ୍ତ ପରିବାର ନିଜ ନିଜର ଅଳିଆ ଆଣି ଗାଡିରେ ଜମା କରୁଛନ୍ତି। ଏବେ ସାହିର ପରିମଳ ଅବସ୍ଥା ଅତ୍ୟନ୍ତ ନିର୍ମଳ ରହିବା ସହିତ ସମସ୍ତ ବସ୍ତି ବାସିନ୍ଦା ଖୁସି ରହିଛନ୍ତି। ଏତେ ଦିନର ଅଳିଆ ଗଦା ବସ୍ତିରୁ ଉଠି ଯିବା ସହିତ ସାହିର ପରିବେଶ ସଫା ସୁତରା ରହି ପାରିବାରୁ ମୋଚି ସାହିର ହେଲ୍ପ୍‍ ଡେସ୍କର ସଦସ୍ୟା ଅନିତା ରେଡି, କେ.ରାଜେଶ୍ୱରୀ, ଝିଲିଲତା ପ୍ରଧାନ, ଏନ୍‍.ସୁଶିଳା ଏବଂ ପୂର୍ବତନ କର୍ପୋରେଟରଙ୍କୁ ବସ୍ତି ବାସିନ୍ଦା ଭୟସୀ ପ୍ରଶଂସା କରିବା ସହିତ ସି.ଏଫ୍‍.ଏ.ଆର୍‍ କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Hot this week

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

Related Articles

Popular Categories