www.samajalive.in
Wednesday, December 10, 2025
26.1 C
Bhubaneswar

ଭେଣ୍ଟିଲେଟର ନିର୍ମାଣ କରିବାକୁ ଅଟୋମୋବାଇଲ କମ୍ପାନୀଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦେଶ

ନୂଆଦିଲ୍ଲୀ : କୋଭିଡ୍‌-୧୯ର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ ଭେଣ୍ଟିଲେଟର ନିର୍ମାଣ କରିବାକୁ ଅଟୋମୋବାଇଲ ନିର୍ମାଣକାରୀ କମ୍ପାନୀଗୁଡିକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଭେଣ୍ଟିଲେଟର ନିର୍ମାଣ କ୍ଷେତ୍ରରେ କମ୍ପାନୀଗୁଡିକ ସେମାନଙ୍କର ପ୍ଲାଣ୍ଟକୁ ବ୍ୟବହାର କରିପାରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୋମବାର କହିଛି। ଆସନ୍ତା ସପ୍ତାହ ବେଳକୁ ପ୍ରତିରକ୍ଷା ଗ​ବେଷଣା ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ଦିନକୁ ୨୦୦୦୦ ଏନ୍‌-୯୫ ମାସ୍କ ପ୍ରସ୍ତୁତି ଆରମ୍ଭ କରିବ ​ବୋଲି ମନ୍ତ୍ରାଳୟ କହିଛି। କୋଭିଡ୍-୧୯ ରୋଗୀଙ୍କପାଇଁ ଦେଶରେ ସମ୍ପ୍ରତି ୧୪,୦୦୦ରୁ ଅଧିକ ଭେଣ୍ଟିଲେଟର ରହିଛି। ଦେଶରେ ଆରୁ ୧୧.୯୫ ଲକ୍ଷ ଏନ୍‌-୯୫ ମାସ୍କ ମହଜୁଦ ରହିଛି।‌ ଗତ ଦୁଇ ଦିନରେ ୫ ଲକ୍ଷ ମାସ୍କ ବଣ୍ଟନ କରାଯାଇସାରିଛି। ଅନ୍ୟପକ୍ଷରେ ଭେଣ୍ଟିଲେଟର ନିର୍ମାଣ କରିବା ଦିଗରେ କେତେକ ଅଟୋମୋବାଇଲ କମ୍ପାନୀ କାର୍ଯ୍ୟ ଆରମ୍ଭ କରିଦେଇଥିବା ମନ୍ତ୍ରାଳୟ କହିଛି।
ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନସ୍ଥ ଭାରତ ଇ​ଲେକ୍‌ଟ୍ରୋନିକ୍ସ ଲିମିଟେଡ୍‌ (ବେଲ)କୁ ଆସନ୍ତା ଦୁଇ ମାସ ମଧ୍ୟରେ ୩୦,୦୦୦ ଭେଣ୍ଟିଲେଟର ନିର୍ମାଣ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦେଶ ଦେଇସାରିଛି। ତେବେ କମ୍ପାନୀ ସ୍ଥାନୀୟ ନିର୍ମାତାଙ୍କ ସହଯୋଗିତାରେ ଏହାକୁ ପ୍ରସ୍ତୁତ କରିବାକୁ କୁହାଯାଇଛି। ନଏଡା ଭିତ୍ତିକ ଆଗ୍‌ଭା ହେଲ୍‌ଥ କେୟାରକୁ ମାସକ ମଧ୍ୟରେ ୧୦,୦୦୦ ଭେଣ୍ଟିଲେଟର ନିର୍ମାଣ ଅର୍ଡର ଦିଆଯାଇଛି। କମ୍ପାନୀ ଏପ୍ରିଲ ଦ୍ବିତୀୟ ସପ୍ତାହରୁ ଏଗୁଡିକର ଯୋଗାଣ ଆରମ୍ଭ ହେବା ଆଶା କରାଯାଉଥିବା ମନ୍ତ୍ରାଳୟ କହିଛି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories