www.samajalive.in
Sunday, December 7, 2025
23.1 C
Bhubaneswar

ଗରିବଙ୍କ ପ୍ରତି ସମବେଦନା ଅଧିକ ହେବା ଉଚିତ୍ – ମୋଦୀ

ସମାଜ ପୋର୍ଟାଲ ଡେସ୍କ: ଆଜି ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗରିବଙ୍କ ପ୍ରତି ଆମର ସମବେଦନା ମଧ୍ୟ ଅଧିକ ହେବା ଉଚିତ୍। ଏହା ଆମ ମାନବିକତା ଯେ ଯେତେବେଳେ ବି ଆମେ ଜଣେ ଗରିବ କିମ୍ବା ଭୋକିଲା ବ୍ୟକ୍ତିଙ୍କୁ ଦେଖୁ, ଆମେ ଏଭଳି ଘଡ଼ିସନ୍ଧି ସମୟରେ ପ୍ରଥମେ ସେମାନଙ୍କୁ ଖାଇବାକୁ ଦେଇଥାଉ। ସେ କହିଛନ୍ତି, ଆମେ ସେମାନଙ୍କ ଆବଶ୍ୟକତା ବିଷୟରେ ଚିନ୍ତା କରିବା ଉଚିତ୍ ଏବଂ ଭାରତ ତାର ମୂଲ୍ୟବୋଧ ଏବଂ ସଂସ୍କୃତିର ଏକ ଅଂଶ ସ୍ୱରୂପ ଏହା କରିପାରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ଭାଇରସ୍ ବିଶ୍ୱକୁ ବନ୍ଦୀ କରି ରଖିଛି ଏବଂ ଏହା ଜ୍ଞାନ, ବିଜ୍ଞାନ, ଧନୀ ଏବଂ ଗରିବ, ଶକ୍ତିଶାଳୀ ଏବଂ ଦୁର୍ବଳମାନଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି। ସେ କହିଛନ୍ତି ଯେ ଏହି ଭୂତାଣୁ କୌଣସି ଦେଶର ସୀମାରେ ସୀମିତ ନୁହେଁ, କିମ୍ବା ଏହା ଅଂଚଳ ଓ ଋତୁଚକ୍ର ଭଳି ପ୍ରଭେଦ ଦେଖି ଆସେନାହିଁ। ସେ କହିଛନ୍ତି ଯେ ଉତ୍ତମ ସ୍ୱାସ୍ଥ୍ୟ ହେଉଛି ସୌଭାଗ୍ୟର କଥା ଏବଂ ସ୍ୱାସ୍ଥ୍ୟ ହେଉଛି ଦୁନିଆରେ ସୁଖର ଏକମାତ୍ର ଉପାୟ।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଯୁଦ୍ଧରେ ଅନେକ ଯୋଦ୍ଧା କରୋନା ଭାଇରସ୍ ସହିତ ସେମାନଙ୍କ ଘର ବାହାରେ ରହି ଲଢ଼ୁଛନ୍ତି। ସେ କହିଛନ୍ତି, ବିଶେଷକରି ନର୍ସ, ଡାକ୍ତର ଏବଂ ପାରାମେଡିକାଲ୍ ଷ୍ଟାଫ୍ ଭାବେ ଡ୍ୟୁଟିରେ ଥିବା ଭାଇ ଓ ଭଉଣୀମାନେ ଆମର ଆଗ ଧାଡ଼ିର ସୈନିକ। ମୋଦୀ କହିଛନ୍ତି, ସେମାନେ କରୋନା ଭାଇରସକୁ ପରାସ୍ତ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories