ଧୋନିଙ୍କ ପାଇଁ ମୁଁ ଦଳରେ ସ୍ଥାନ ପାଇଲି ନାହିଁ : ଦିନେଶ କାର୍ତ୍ତିକ

0

ବେଙ୍ଗାଲୁରୁ : ଯେଉଁ ସମୟରେ ମହେନ୍ଦ୍ର ସିଂ ଧୋନି ୱିକେଟକିପର୍‍ ବ୍ୟାଟସ୍‍ ମ୍ୟାନ୍‍ ଭାବେ କ୍ରିକେଟରେ ଏକ ନୂତନ ପରିଭାଷା ସୃଷ୍ଟି କରିଥିଲେ ସେ ସମୟରେ ଦିନେଶ କାର୍ତ୍ତିକଙ୍କ ଭଳି ଖେଳାଳିଙ୍କ ପାଇଁ ନିଜର ସ୍ଥାନ ବଜାୟ ରଖିବା ଏତେଟା ସହଜ ହୋଇ ନ ଥିଲା।
ଶେଷଥର ପାଇଁ ୨୦୧୦ମସିହାରେ ଟେଷ୍ଟ କ୍ରିକେଟ ଖେଳିଥିବା କାର୍ତ୍ତିକ ଏତେ ସମୟପରେ ନିଜର ମନର କଥା ବ୍ୟକ୍ତ କରିଛନ୍ତି। କହିଛନ୍ତି ଧୋନିଙ୍କ ଭଳି ବିଚକ୍ଷଣ ଖେଳାଳି ଥାଉ ଥାଉ ତାଙ୍କ ପାଇଁ ଦଳରେ ସ୍ଥାନ ପାଇବା ସହଜ ନ ଥିଲା।
ଆଗକୁ ଆଫଗାନିସ୍ଥାନ ବିପକ୍ଷରେ ହେବାକୁଥିବା ଟେଷ୍ଟ ମ୍ୟାଚ ପାଇଁ ସେ ଦଳରେ ସାମିଲ ହୋଇଛନ୍ତି। ସେହି ଅବସରରେ କହିଲେ ସେତେବେଳେ ମୁଁ ଲଗାତାର ଭଲ ପଦର୍ଶନ କରିପାରିଲି ନାହିଁ। ସେହି ସମୟରେ ଏମ ଏସ ଧୋନିଙ୍କ ଭଳି ଖେଳାଳି ଦଳରେ ଭଲ ପଦର୍ଶନ କଲେ ଯାହାଦ୍ୱାରା ମୋର ଦଳରେ ସ୍ଥାନ ବଜାୟ ରଖିବା ସମ୍ଭବ ହେଲା ନାହିଁ। ଏବେ ମୋତେ ପୁଣି ଏକ ସୁଯୋଗ ମିଳିଛି ମୁଁ ନିଜ ତରଫରୁ ଶତ ପ୍ରତିଶତ ଦେବି। ଧୋନିଙ୍କର ପ୍ରଶଂସା କରି କହିଲେ ବର୍ତ୍ତମାନ ଧୋନି ଭାରତର ସର୍ବଶ୍ରେଷ୍ଠ ଅଧିନାୟକ ମାନଙ୍କ ଭିତରୁ ଜଣେ। ଧୋନିଙ୍କ ପ୍ରତି ମୋ ମନରେ ଯଥେଷ୍ଠ ଭଲପାଇବା ଓ ସମ୍ମାନ ଅଛି।

Leave A Reply