ଆଜାଦ କାଶ୍ମୀର ସମ୍ବିଧାନରେ ସଂଶୋଧନକୁ ନେଇ ଭାରତର ପ୍ରତିବାଦ

0

ନୂଆଦିଲ୍ଲୀ : ଆଜାଦ ଜାମ୍ମୁ-କାଶ୍ମୀର ସମ୍ବିଧାନ ଆଇନ-୨୦୧୮ରେ ପାକିସ୍ତାନ ସରକାର ସଂଶୋଧନ କରିବା ଘଟଣାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏ ନେଇ ପାକିସ୍ତାନୀ ଅଧିକାରୀଙ୍କ ନିକଟରେ ଭାରତ ଦୃଢ ପ୍ରତିବାଦ ଜଣାଇଛି। ଏଥିସହ ବେଆଇନ ଭାବେ ଅଧିକୃତ କାଶ୍ମୀର ଅନ୍ତର୍ଗତ ଅଞ୍ଚଳଗୁଡିକୁ ତୁରନ୍ତ ଖାଲି କରିବାକୁ ଭାରତ ସୋମବାର ପାକିସ୍ତାନକୁ କହିଛି। ଆଜାଦ ଜାମ୍ମୁ-କାଶ୍ମୀର ସମେତ ସମଗ୍ର ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସ୍ପଷ୍ଟ ଭାବେ ପାକିସ୍ତାନକୁ ଜଣାଇ ଦେଇଛି। ଜାମ୍ମୁ-କାଶ୍ମୀର କୌଣସି ଅଞ୍ଚଳକୁ ପାକିସ୍ତାନ ବେଆଇନ ଭାବେ ଅଧିକାର କରିବାକୁ ଉଦ୍ୟମ କଲେ ତାହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ପାକିସ୍ତାନ ସରକାରକୁ ଭାରତ ଚେତାଇ ଦେଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜୁନ୍‍ ୧ରେ ଆଜାଦ ଜାମ୍ମୁ-କାଶ୍ମୀର ଲେଜିସ୍‍ଲେଟିଭ୍‍ ଆସେମ୍ବ୍ଲି ଏବଂ ଅଜାଦ ଜାମ୍ମୁ-କାଶ୍ମୀର ପରିଷଦ ଏହି ସଂଶୋଧନକୁ ମଞ୍ଜୁରୀ ଦେଇଥିଲେ।

Leave A Reply