କେନ୍ଦ୍ର ଉପରେ ସୁପ୍ରିମକୋର୍ଟ ସନ୍ତୁଷ୍ଟ
ନୂଆଦିଲ୍ଲୀ : କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ଉପରେ ସୁପ୍ରିମକୋର୍ଟ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସମାଲୋଚକମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରୁଥିବା ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଏସଏ ବୋବଡେ, ବିଚାରପତି ଏଲଏନ ରାଓ ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ପୀଠ ସୋମବାର ଏପରି ମତବ୍ୟକ୍ତ କରିଛନ୍ତି। କରୋନା ଭୂତାଣୁ ସ୍ବାବ ନମୁନା ପରୀକ୍ଷା ଲାଗି ଅଧିକ ଲାବରୋଟୋରି ଖୋଲିବା ଓ ଅଧିକ ପ୍ରତିଷେଧକ ପଦକ୍ଷେପ ପାଇଁ କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ନିର୍ଦେଶ ଲାଗି କେତେକ ପିଟିସନ ଦାୟର ହୋଇଥିଲା। ପିଟିସନ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଉପରୋକ୍ତ ମତବ୍ୟକ୍ତ କରିବା ସହ ଅଧିକ ପ୍ରତିେଷଧକ ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ଦେବାଲାଗି ଆବେଦନକାରୀଙ୍କୁ କହିଛନ୍ତି।
Comments are closed.