www.samajalive.in
Sunday, December 7, 2025
13.1 C
Bhubaneswar

ସୁକମାରେ ୧୭ ଶହୀଦ ଯବାନଙ୍କୁ ଗାର୍ଡ ଅଫ୍ ଅନର

ମାଲକାନଗିରି : ଗତ କାଲି ମାଲକାନଗିରି ସୀମାବର୍ତୀ ଛତିଶଗଡ ସୁକୁମା ଜିଲାରେ ମାଓବାଦୀଙ୍କ ସହ ଲଢେଇ କରି ସହିଦ ହୋଇ ଥିବା ଯବାନ ମାନଙ୍କୁ ସୋମବାର ଶେଷ ସମ୍ମାନ ଜଣାଇଛନ୍ତି ଛତିଶଗଡ ମୁଖ୍ୟ ମନ୍ତ୍ରୀ ଭୁପେଶ ବଘେଲ । ସୁକୁମା ପୁଲିସ ଲାଇନ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ମନ୍ତ୍ରୀଙ୍କ ସମେତ ଛତିଶଗଡ ଗୃହ ମନ୍ତ୍ରୀ ତାମ୍ରଧ୍ବଜ ସାହୁ,  କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପରାମର୍ଶଦାତା ବିଜୟ କୁମାର, ପୁଲିସ ଡିଜି ଡି.ଏମ. ଆଓସ୍ଥି ପ୍ରମୁଖ ସହୀଦ ଯବାନଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିବା ସହ ସହିଦ ପରିବାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।  ଗତ କାଲି ସୁକିମା ଜିଲା ବୁର୍କାପାଲ ଓ ଚିନ୍ତାଗୁଫା ଜଙ୍ଗଲରେ ଛତିଶଗଡ ଡିଆରଜି ବାହିନୀର ୫ ଯବାନ ଓ ଏସଟିଏଫର ୧୨ ଯବାନ ସହିଦ ହୋଇଥିଲେ। ଗାର୍ଡ ଅଫ ଅନର କାର୍ଯ୍ୟକ୍ରମ ପରେ ସହିଙ୍କ ପାର୍ଥିବ ଶରୀରକୁ ନିଜ ନିଜ ଗାଁକୁ ପଠା ଯିବାର ବ୍ୟବସ୍ଥା କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories