www.samajalive.in
Monday, December 8, 2025
24.1 C
Bhubaneswar

ରୋଗପ୍ରତିରୋଧକ ଶକ୍ତି ବଢ଼ାଇବ ଏସବୁ ଖାଦ୍ୟ

# ଯେ କୌଣସି ପ୍ରକାର ସଂକ୍ରମିତ ରୋଗରୁ ବର୍ତ୍ତିବାକୁ ହେଲେ, ପ୍ରଥମେ ନିଜ ଖାଦ୍ୟପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଆମେରିକା ଫୁଡ୍ ଆସୋସିଏସନ୍‌ ସଂଘ ମୁଖ୍ୟଙ୍କ ମତରେ ପିଲାଠାରୁ ବୟସ୍କ ସମସ୍ତଙ୍କୁ ଏଥିରେ ସାମିଲ କରାଯିବା ଉଚିତ।

-ଦେଶୀ ଘିଅ, ଏଥିରେ ଥିବା ପୋଷକତତ୍ତ୍ବ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରେ। କେତେକ ବର୍ଗର ଲୋକଙ୍କ ଭୟ ଯେ ଦେଶୀ ଘିଅ ଖାଇଲେ ଓଜନ ବଢ଼ିବା ସହ କୋଲେଷ୍ଟୋରଲ୍ ସ୍ତର ବୃଦ୍ଧି ହୁଏ। ତାହା ଭୁଲ୍ ପ୍ରମାଣିତ ହୋଇଛି। ଦୈନିକ ସକାଳବେଳା ଗୋଟିଏ ଚାମଚ ଶୁଦ୍ଧ ଦେଶୀଘିଅ ୧ ମାସ ଖାଇବା ପରେ ଏହାର ଉତ୍ତମ ପ୍ରଭାବ ଜାଣିପାରିବେ।
– ଭିଟାମିନ୍ ସି ଯୁକ୍ତ ସମସ୍ତ ପ୍ରକାର ଫଳ ଓ ପନିପରିବା ନିଜ ଭୋଜନରେ ସାମିଲ କରନ୍ତୁ। ଖରାଦିନେ ଦିନକୁ ୩-୪ଥର ଘରେ ଲେମ୍ବୁ ପାଣି ପିଅନ୍ତୁ। ଏହା ଦ୍ବାରା ଫୂର୍ତ୍ତି ଲାଗିବା ସହ ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ।
– ରସୁଣ, ଏହାର ଆବଶ୍ୟକତା ଦୈନନ୍ଦିନ ଜୀବନରେ ଖୁବ୍ ଅଧିକ। ପ୍ରତ୍ୟେକ ବ୍ୟଞ୍ଜନରେ ରସୁଣ ଛୁଙ୍କ ଦେଇ ପରଷନ୍ତୁ। ନଚେତ୍ ସକାଳୁ ଖାଲିପେଟରେ ୨-୩ଟି ରସୁଣ ପାଖୁଡ଼ା ଖାଇବା ଶରୀର ପାଇଁ ମହୌଷଧି ପରି କାମ କରେ।
–  ଅମୃତଭଣ୍ଡା, ଏଇ ପରିବା ଉଭୟ କଞ୍ଚା ଓ ପାଚିଲା ଖାଇ ହୁଏ। ବିଭିନ୍ନ ପ୍ରକାର ତରକାରିରେ ଏଇ ପରିବାର ଉପଯୋଗ କରି ଖାଇବା ଉଚିତ।
– ରିଫାଇନ୍ ତେଲ ପରିବର୍ତ୍ତେ ସୋରିଷ ତେଲ କିମ୍ବା ନଡ଼ିଆ ତେଲରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ। ପୂର୍ବେ ଲୋକ ଏଇ ସବୁ ତେଲରେ ହିଁ ଖାଦ୍ୟ ରାନ୍ଧୁଥିଲେ। ସେମାନଙ୍କ ସୁସ୍ଥ ଜୀବନଶୈଳୀର ଏହା ଅନ୍ୟତମ ସୂତ୍ର ଥିଲା।
–  ଦହି, ଦ୍ବିପହର ଭୋଜନରେ ଆପଣ ଏହା ଖାଇପାରିବେ। ଶରୀରକୁ ଶକ୍ତି ଯୋଗାଇବାରେ ଦହି ଖୁବ୍ ସହାୟକ ହୋଇଥାଏ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories