www.samajalive.in
Monday, December 8, 2025
20.1 C
Bhubaneswar

ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୧୯୫କୁ ବୃଦ୍ଧି

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରୁ ୨୨ଟି ନୂଆ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବ ପରେ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୧୯୫କୁ ବୃଦ୍ଧି ପାଇଛି। ଏଥିରେ ଇଟାଲୀର ୧୭ ଜଣ, ଫିଲିପାଇନ୍ସର ୩ ଜଣ, ବ୍ରିଟେନର ଦୁଇଜଣ, କାନାଡା, ଇଣ୍ଡୋନେସିଆ ଏବଂ ସିଙ୍ଗାପୁରର ଜଣେ ଲେଖାଏଁ ନାଗରିକ ଅନ୍ତର୍ଭୁକ୍ତ। ୧୯୫ ଜନ ସଂକ୍ରମିତଙ୍କ ମଧ୍ୟରେ ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ ଏବଂ ମହାରାଷ୍ଟ୍ରର ଚାରି ଜଣ ମୃତକ ରହିଥିବା ଜଣାପଡିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ସୁଦ୍ଧା ସମଗ୍ର ଭାରତରେ ସକ୍ରିୟ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୧୭୧ ରହିଥିବା ବେଳେ ୨୦ ଜଣ ଆରୋଗ୍ୟ କିମ୍ବା ଡିସଚାର୍ଜ ହୋଇଥିବା ବେଳେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୭ଟି ନମୁନା ପଜିଟିଭ ଆସିଥିବା ବେଳେ ସେଥିରେ ଜଣେ ବିଦେଶୀ ଅଛନ୍ତି ଏବଂ ଉତ୍ତରପ୍ରଦେଶରେ ଜଣେ ବିଦେଶୀ ନାଗରିକ ସମେତ ୧୯ଟି ପଜିଟିଭ ମାମଲା ରେକର୍ଡ କରାଯାଇଛି। ମହାରାଷ୍ଟ୍ରରେ ତିନୋଟି ବିଦେଶୀଙ୍କ ସମେତ ୪୭ଟି ଓ କେରଳ ୨୮ଟି ସଂକ୍ରମଣ ମାମଲା ରେକର୍ଡ କରାଯାଇଛି ଯେଉଁଥିରେ ଦୁଇଜଣ ବିଦେଶୀ ନାଗରିକ ଅଛନ୍ତି।

- Advertisement -

ସେହିପରି କର୍ଣ୍ଣାଟକରେ ୧୫, ଲଦାଖରେ ୧୦ ଏବଂ ଜାମ୍ମୁ କାଶ୍ମୀରରେ ୪, ତେଲେଙ୍ଗାନାରେ ୧୬ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ନଅ ଜଣ ବିଦେଶୀ ଅଛନ୍ତି। ଦୁଇ ବିଦେଶୀଙ୍କ ସମେତ ରାଜସ୍ଥାନରେ ସାତଟି ଓ ତାମିଲନାଡୁରେ ତିନୋଟି ଏବଂ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଦୁଇଟି ମାମଲା ପଜିଟିଭ ଚିହ୍ନଟ ହୋଇଛି। ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ପଣ୍ଡିଚେରୀ, ଚଣ୍ଡିଗଡ଼ ଏବଂ ପଞ୍ଜାବରେ ଗୋଟିଏ ଲେଖାଏଁ ପଜିଟିଭ ରିପୋର୍ଟ ଆସିଛି। ହରିୟାଣାରେ ୧୪ ବିଦେଶୀଙ୍କ ସମେତ ୧୭ ଜଣଙ୍କ ନମୁନାରେ ପାସିଟିଭ ରିପୋର୍ଟ ମିଳିଥିବା ଜଣାପଡିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories