ଜାମ୍ମୁ-କାଶ୍ମୀରର ସମ୍ବେଦନଶୀଳ ସ୍ଥାନରେ ଇଣ୍ଟରନେଟ୍‍ ସେବା ବନ୍ଦ ହେବ

0

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ଅତିଉତ୍ତେଜନା ପୂର୍ଣ୍ଣ ସ୍ଥାନମାନଙ୍କରେ ଇଣ୍ଟରନେଟ୍‍ ସେବା ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରର ଅଧିକାରୀଙ୍କ କହିବାନୁଯୟୀ, ହ୍ୱାଟ୍ସଆପ ଦ୍ୱାରା ଆତଙ୍କବାଦୀମାନେ ସୀମା ଅଞ୍ଚଳରେ ଅଧିକ ସକ୍ରିୟ ଅଛନ୍ତି। ସେନା ଅଭିଯାନ ବେଳେ ସେମାନେ ହ୍ୱଟ୍ସଆପ ଗ୍ରୁପ ଦ୍ୱାରା ପଥର ଫିଙ୍ଗାଳିଙ୍କୁ ଘଟଣାସ୍ଥଳକୁ ଡାକି ବ୍ୟାଘାତ ସୃଷ୍ଟି କରୁଛନ୍ତି। ସୋମବାର ଗୃହ ବିଭାଗ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷରେ ଆୟୋଜିତ ହୋଇଥିବା ଏକ ସଭାରେ ସେ ଏହି ସୂଚନା ଦେଇଛନ୍ତି। ନିକଟରେ ଜାମ୍ମୁ-କାଶ୍ମୀର ପୁଲିସ ଦ୍ୱାରା ଗିରଫ ଆତଙ୍କବାଦୀ କିପରି ହ୍ୱାଟ୍ସଆପ ଦ୍ୱାରା ଆତଙ୍କବାଦ କାର୍ଯ୍ୟକଳାପ ଚାଲିଛି ତାହା ପ୍ରକାଶ କରିଛି। ଏହି ଆତଙ୍କବାଦୀ ନାରଗୋଟା ସେନା କ୍ୟାମ୍ପ ଆକ୍ରମଣରେ ସମ୍ପୃକ୍ତ ବୋଲି ଜାଣିବାକୁ ମିଳିଛି। ଏହି ସଭାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ, ଜାମ୍ମୁ-କାଶ୍ମୀର ପୁଲିସ ଆଦି ବିଭିନ୍ନ ମନ୍ତ୍ରାଳୟର ଅଫିସର ଯୋଗ ଦେଇଥିଲେ। ଏହି ସଭାରେ ସୀମାବର୍ତ୍ତୀ ଅଞ୍ଚଳରେ ବଢୁଥିବା ଆତଙ୍କବାଦ ପାଇଁ ବିଭିନ୍ନ ସାମାଜିକ ଗଣମାଧ୍ୟମ ହିଁ ଦାୟୀ ବୋଲି କହିଥିଲେ। ସେନାର କହିବା ମୁତାବକ, ସାମାଜିକ ଗଣମାଧ୍ୟମ ଦ୍ୱାରା ଆତଙ୍କବାଦୀମାନେ ହିଂସାକୁ ବଢାଇବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ସମ୍ଭେଦନଶୀଳ ସ୍ଥାନମାନଙ୍କରେ ଇଣ୍ଟରନେଟ୍‍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଗକୁ ଅମରନାଥ ଯାତ୍ରା ଥିବାରୁ ସତର୍କତା ମୂଳକ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦିଆଯାଇଛି।

Leave A Reply