www.samajalive.in
Thursday, December 11, 2025
23.1 C
Bhubaneswar

ଆଜି ରାତି ୮ଟାରେ ରାଷ୍ଟ୍ରକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଅର୍ଥାତ ଆଜି  ରାତି ୮ଟାରେ ରାଷ୍ଟ୍ରକୁ ଉଦବୋଧନ ଦେବେ। ଏହି ଅବସରରେ କୋଭିଡ୍‍-୧୯କୁ ନେଇ ଉପୁଜିଥିବା ସମସ୍ୟା ଓ ଏହାର ସମାଧାନ ଦିଗରେ ପ୍ରୟାସ ଉପରେ ସେ ଆଲୋଚନା କରିବେ।

ବୁଧବାର ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କୋଭିଡ୍‍-୧୯ର ନିୟନ୍ତ୍ରଣ ପାଇଁ ଜାରି ଥିବା ପ୍ରୟାସର ସମୀକ୍ଷା କରିଛନ୍ତି। ଅଧିକ ଯାଞ୍ଚ ସୁବିଧା ଯୋଗାଇବା ସହିତ ଭାରତର ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। କୋଭିଡ୍‍-୧୯ ବିପତ୍ତିର ମୁକାବିଲା ପାଇଁ ବ୍ୟକ୍ତିମାନଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଗୋଷ୍ଠୀ ଓ ସଂସ୍ଥାଗୁଡ଼ିକର ସହଯୋଗରେ ଅଧିକ ସକ୍ରିୟ ଭାବେ କାର୍ଯ୍ୟ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହି ରୋଗର ମୁକାବିଲା ପାଇଁ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ସମ୍ପର୍କରେ ଏବେଠାରୁ ଚିନ୍ତା କରିବା ପାଇଁ ସେ ଅଧିକାରୀ ଓ ବିଶେଷଜ୍ଞମାନଙ୍କୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ରାଜ୍ୟସରକାର, ସ୍ୱାସ୍ଥ୍ୟ ସେବା ସମୁଦାୟ, ସ୍ୱାସ୍ଥ୍ୟ କର୍ମଚାରୀ, ସେନା ଓ ଅର୍ଦ୍ଧସାମରିକ ବାହିନୀ, ବିମାନ ଚଳାଚଳ କ୍ଷେତ୍ର ସହିତ ସମ୍ପୃକ୍ତ ବ୍ୟକ୍ତି, ପୌର କର୍ମଚାରୀଙ୍କ ସମେତ କୋଭିଡ୍‍-୧୯ର ମୁକାବିଲା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଅନ୍ୟ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସାଧୁବାଦ ଜଣାଇଛନ୍ତି।

- Advertisement -

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories