ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନା ପାଇଁ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦିଆଯାଇଥିଲା। ଏହି ନିର୍ଦେଶ ଗୁଡିକ ମଧ୍ୟରେ ବିଦେଶରୁ ଫେରିଥିବା ଲୋକମାନେ ସରକାରଙ୍କୁ ସେମାନଙ୍କ ସମ୍ପୁର୍ଣ୍ଣ ତଥ୍ୟ ଦେବାକୁ ନିର୍ଦେଶ ଦିଆଯାଇଥିଲା। ଏହି ନିର୍ଦେଶାନାମା ମଧ୍ୟରେ ମାର୍ଚ୍ଚ ୪ କିମ୍ବା ଏହା ପୂର୍ବରୁ ବିଦେଶରୁ ଆସିଥିବା ଲୋକ ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ସରକାରଙ୍କୁ ତଥ୍ୟ ତଥ୍ୟଦେବାକୁ ନିର୍ଦେଶ ଦିଆଯାଇଥିଲା। ଏଥିସହ ବର୍ତ୍ତମାନ ପରିସ୍ଥିତିରେ ଯେଉଁମାନେ ବିଦେଶରୁ ଓଡିଶା ଫେରୁଛନ୍ତି ସେମାନେ ମଧ୍ୟ ତାଙ୍କର ସମ୍ପୁର୍ଣ୍ଣ ତଥ୍ୟ ତୁରନ୍ତ ସରକାରଙ୍କୁ ଦେବାକୁ ନିର୍ଦେଶ ଦିଆଯାଇଥିଲା।
ଗତକାଲି ଘୋଷଣା ପରେ ଆସି ବହୁ ଲୋକ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ୱେବସାଇଟ ମାଧ୍ୟରେ ଏବଂ ଟୋଲ୍ ଫ୍ରି ନମ୍ବର ୧୦୪ ମାଧ୍ୟରେ କଲ୍ କରି ରେଜିଷ୍ଟର କରିବା ସହ ସେମାନଙ୍କର ସମ୍ପୁର୍ଣ୍ଣ ତଥ୍ୟ ଦେଇଛନ୍ତି। ସବୁଠୁ ବଡ କଥା ହେଲା ରାଜ୍ୟ ସରକାରଙ୍କ ନିର୍ଦେଶାବଳୀକୁ ମାନି ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଆଇଏଏସ ଆର୍.ଭିନିଲକ୍ରିଷ୍ଣା ମଧ୍ୟ ବିଦେଶରୁ ଫେଣିବା ପରେ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ୱେବସାଇଟ ମାଧ୍ୟରେ ନିଜ ନାଁ ରେଜିଷ୍ଟର କରିଛନ୍ତି। ବର୍ତ୍ତମାନ ଗଜପତି ମହାରାଜା ଏବଂ ଆଇଏଏସ ଆର୍.ଭିନିଲକ୍ରିଷ୍ଣା ନିଜ ଘରେ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି।
ସୂଚନାଅନୁସାରେ ପୁରୀର ଗଜପତି ମହାରାଜ ଦିବ୍ୟସିଂହ ଦେବ ଗତ ୧୫ ତାରିଖରେ ସପରିବାର ଆମେରିକାରୁ ଫେରିଛନ୍ତି। ଏଣୁ ସେ ଗତକାଲି ସରକାରଙ୍କ ଦ୍ବାରା ବିଦେଶ ଫେରନ୍ତାଙ୍କ ପାଇଁ ପଂଜୀକରଣ ବାଧ୍ୟତାମୂଳକ କରିବା ପରେ ଆଜି ଗଜପତି ମହାରାଜା କୋଭିଡ ୧୯ ଅନଲାଇନ ପୋର୍ଟାଲରେ ସ୍ୱେଚ୍ଚାକୃତ ଭାବେ ଆସି ନିଜର ଓ ନୀଜ ପରିବାରର ପଂଜୀକରଣ କରିଛନ୍ତି । ପଞ୍ଜୀକରଣ ପରେ ନିଜ ଘରେ ହୋମ ଆଇସୋଲେସନରେ ରହିଛନ୍ତି ।
ଅନ୍ୟପଟେ ଗତ କିଛିଦିନ ତଳେ ବିଦେଶରୁ ଫେରିଥିବା କାରଣରୁ ଆଇଏଏସ ଆର୍.ଭିନିଲକ୍ରିଷ୍ଣା ମଧ୍ୟ ଗତକାଲି ସରକାରଙ୍କ ଦ୍ବାରା ବିଦେଶ ଫେରନ୍ତାଙ୍କ ପାଇଁ ପଂଜୀକରଣ ବାଧ୍ୟତାମୂଳକ କରିବା ପରେ ଆଜି ନିଜ ନାମ ପଂଜୀକରଣ କରିବା ସହ ନିଜ ଘରେ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି। ଏଥିସହିତ ଭିନିଲକ୍ରିଷ୍ଣା ଏକ ଭିଡିଓ ଜାରି କରି ଲୋକମାନଙ୍କୁ ସଚେତନ କରାଇଛନ୍ତି।



