କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ ସମ୍ବିଧାନ ଅନୁଯାୟୀ କ୍ରିକେଟ ଉପଦେଷ୍ଟା କମିଟି ପକ୍ଷରୁ ସିନିୟର ପୁରୁଷ ଓ ମହିଳା ଓ ଜୁନିୟର ପୁରୁଷ ମନୋନୟନକାରୀ ପଦବୀ ପାଇଁ ଆବେଦନ ଆହ୍ବାନ କରାଯାଇଛି। ସିନିୟର ପୁରୁଷ ମନୋନୟନକାରୀ ପାଇଁ ଅତି କମ୍ରେ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଥିବାବେଳେ ୨୫ଟି ପ୍ରଥମ ଶ୍ରେଣୀ ମ୍ୟାଚ, ଗୋଟିଏରୁ ଅଧିକ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ ସହିତ ଖେଳରୁ ଅବସର ନେବାର ଅତି କମ୍ରେ ୫ ବର୍ଷ ହୋଇଥିବା ବାଞ୍ଚନୀୟ।
ସେହିପରି ଜୁନିୟର ପୁରୁଷ ମନୋନୟନକାରୀ ପଦବୀ ଲାଗି ଅତି କମ୍ରେ ୨୫ଟି ପ୍ରଥମ ଶ୍ରେଣୀ ମ୍ୟାଚ, ଅବସର ଗ୍ରହଣ କରିବାର ସର୍ବାଧିକ ୫ ବର୍ଷ ହୋଇଥିବା ଆବଶ୍ୟକ। ସିନିୟର ମହିଳା ମନୋନୟନକାରୀ ପଦବୀ ଲାଗି କେବଳ ପୂର୍ବତନ ରାଜ୍ୟ ଖେଳାଳିମାନେ ଆବେଦନ କରିପାରିବେ। ଅତି କମ୍ରେ ୫ ବର୍ଷ ମଧ୍ୟରେ ଅବସର ଗ୍ରହଣ କରିଥିବା ଖେଳାଳିମାନେ ଆବେଦନ କରିପାରିବେ। ମନୋନୟନକାରୀ ସଦସ୍ୟମାନେ ଏକବର୍ଷ ପାଇଁ କାର୍ୟ୍ୟ ତୁଲାଇବେ। ଆଗ୍ରହୀ କ୍ରିକେଟରମାନେ ନିଜର ବାୟୋଡାଟା ସହ ଆବେଦନପତ୍ର ସିଇଓ ଓଡ଼ିଶା କ୍ରିକେଟ ଆସୋସିଏସନ , ବାରବାଟୀ ଷ୍ଟାଡ଼ିୟମ କଟକ ଠିକଣାରେ ଆବେଦନ କରିପାରିବେ। ଅଧିକ ବିବରଣୀ ପାଇଁ ସିଇଓ ସୁବ୍ରତ ବେହେରାଙ୍କ ସହ ଯୋଗାଯୋଗ କରିବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।



