www.samajalive.in
Sunday, December 7, 2025
23.1 C
Bhubaneswar

ସବୁ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିଲା କ୍ରିକେଟ୍‌ ୱେଷ୍ଟଇଣ୍ଡିଜ

ଆଣ୍ଟିଗ୍ବା: ବିଶ୍ବବ୍ୟାପୀ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ଗୋଟିଏ ପରେ ଗୋଟିଏ କ୍ରୀଡ଼ା ପ୍ରତିଯୋଗିତା ବାତିଲ କିମ୍ବା ସ୍ଥଗିତ ରଖାଯାଉଛି। ଏହି କ୍ରମରେ ଯୋଡ଼ି ହୋଇଯାଇଛି କ୍ରିକେଟ୍ ୱେଷ୍ଟଇଣ୍ଡିଜ (ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ବୋର୍ଡ)। ଆସନ୍ତା ୩୦ ଦିନ ପର୍ୟ୍ୟନ୍ତ ସବୁପ୍ରକାର କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିବାକୁ ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ବୋର୍ଡ ନିଷ୍ପତ୍ତି ନେଇଛି। ଡାକ୍ତରୀ ପରାମର୍ଶଦାତା କମିଟିର ସୁପାରିସ ଅନୁଯାୟୀ ସମସ୍ତ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟକୁ ବାତିଲ କରି ଦିଆଯାଇଥିବା କ୍ରିକେଟ୍‌ ୱେଷ୍ଟଇଣ୍ଡିଜ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ କ୍ରିକେଟର୍‌, ଦର୍ଶକ ଓ ସପୋର୍ଟ ଷ୍ଟାଫ୍‌ଙ୍କ ସ୍ବାସ୍ଥ୍ୟ ପ୍ରତି ଯେପରି କୌଣସି ପ୍ରକାର କ୍ଷତି ନହୁଏ ତାହାକୁ ଦୃଷ୍ଟିରେ ରଖି ୩୦ ଦିନ ପର୍ୟ୍ୟନ୍ତ ସମସ୍ତ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟକୁ ବାତିଲ କରିବାକୁ ନିଷ୍ପତ୍ତି ହୋଇଥିବା କ୍ରିକେଟ୍‌ ୱେଷ୍ଟଇଣ୍ଡିଜ୍‌ ଡାକ୍ତରୀ ଦଳର ମୁଖ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ରିକେଟ୍‌ ୱେଷ୍ଟଇଣ୍ଡିଜର ନିଷ୍ପତ୍ତି ଫଳରେ ୧୫ ବର୍ଷରୁ କମ୍‌ ବାଳକ କ୍ରିକେଟ୍ ଚମ୍ପିଆନ୍‌ସିପ, ୧୯ ବର୍ଷରୁକମ୍‌ ବାଳିକା ଚମ୍ପିଆନ୍‌ସିପ୍‌ ଓ ୱେଷ୍ଟଇଣ୍ଡିଜ ଚମ୍ପିଆନ୍‌ସିପର ଶେଷ ଦୁଇ ପର୍ୟ୍ୟାୟ ମ୍ୟାଚ୍‌କୁ ବର୍ତ୍ତମାନ ପାଇଁ ବନ୍ଦ କରି ଦିଆଯାଇଛି। ଅବସ୍ଥା ସୁଧୁରିଲେ ମ୍ୟାଚ୍‌ ଖେଳାଯିବା ସଂପର୍କରେ ନିଷ୍ପତ୍ତି ହେବ ବୋଲି ବୋର୍ଡ ତରଫରୁ କୁହାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories