www.samajalive.in
Monday, December 8, 2025
27.1 C
Bhubaneswar

କରୋନା ଅପଡେଟ୍ : ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଞ୍ଚିଲା, ଇରାନରୁ ଫେରିବେ ୨୦୦ ଭାରତୀୟ

ନୂଆଦିଲ୍ଲୀ : ଦେଶରେ ଆଉ ୧୩ ଜଣ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା କେନ୍ଦ୍ର ସରକାର ନିଶ୍ଚିତ କରିବା ପରେ ମୋଟ୍‍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ କହିଛନ୍ତି, କରୋନା ଭୂତାଣୁ ସଂକ୍ରମଣ ବ୍ୟାପକତାକୁ ରୋକିବା ପାଇଁ ଭାରତ ଆଗୁଆ ସତର୍କତା ମୂଳକ ପଦକ୍ଷେପମାନ ଗ୍ରହଣ କରିଛି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରନ୍ତର ପରିସ୍ଥିତିକୁ ତଦାରଖ କରୁଛନ୍ତି। ସେ କହିଛନ୍ତି, ବିଦେଶରେ ରହୁଥିବା ଭାରତୀୟମାନଙ୍କର ସୁରକ୍ଷା ଓ ନିରାପତ୍ତାକୁ ସରକାର ଅଗ୍ରାଧିକାର ଦେଉଛନ୍ତି ଓ ୯୪୮ ଜଣ ଯାତ୍ରୀଙ୍କୁ ବିଦେଶରୁ ଅଣାଯାଇ ସାରିଲାଣି। ସେମାନଙ୍କ ମଧ୍ୟରେ ୯୦୦ ଭାରତୀୟ ଥିବା ବେଳେ ୪୮ ଜଣ ବିଦେଶୀ ନାଗରିକ ଅଛନ୍ତି। ଶ୍ରୀ ଅଗ୍ରୱାଲ କହିଛନ୍ତି, ବୁଧବାର ତିନି ଜଣ ଇଟାଲୀର ନାଗରିକଙ୍କୁ ଅଣାଯିବା ପରେ ସେମାନଙ୍କୁ ମନେସର ସ୍ଥିତ ଚିକିତ୍ସା ଶିବିରରେ ରଖାଯାଇଛି ଓ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

- Advertisement -

ବୁଧବାର ମନ୍ତ୍ରୀମାନଙ୍କର ଗୋଷ୍ଠୀର ଦୁଇଥର ବୈଠକ ବସି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି ବୋଲି ସେ କହିଛନ୍ତି। ମନ୍ତ୍ରୀମାନଙ୍କ ଗୋଷ୍ଠୀ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ବିଷୟ ଉଲ୍ଲେଖ କରି ସେ କହିଛନ୍ତି, ସରକାରୀ ଓ କୂଟନୈତିକ ଭିସା ଗୁଡ଼ିକୁ ଛାଡ଼ି ବାକି ସମସ୍ତ ଭିସା ଗୁଡ଼ିକୁ ବାତିଲ କରାଯାଇଛି ଓ ପ୍ରବାସୀ ଭାରତୀୟ କାର୍ଡଧାରୀମାନଙ୍କୁ ମିଳୁଥିବା ବିନା ଭିସାରେ ଯାତ୍ରା ସୁବିଧାକୁ ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ସେ କହିଛନ୍ତି, ଇଟାଲୀ କିମ୍ବା କୋରିଆ ସାଧାରଣତନ୍ତ୍ରରୁ ଆସୁଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଶରୀରରେ କରୋନା ଭୂତାଣୁ ନଥିବା ନେଇ ପ୍ରମାଣପତ୍ର ଦେବାକୁ ପଡ଼ିବ। ସେହି ଯାତ୍ରୀମାନେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଅଧିକାରପ୍ରାପ୍ତ ପରୀକ୍ଷାଗାରଗୁଡ଼ିକରୁ ଏହି ପ୍ରମାଣପତ୍ର ହାସଲ କରିବେ।

Image credit : Zee news, Representational PIC

କରୋନା ଭୂତାଣୁ ଅତି ଅଧିକ ତାପମାତ୍ରାରେ ତିଷ୍ଠି ରହିନପାରିବା ସଂକ୍ରାନ୍ତରେ ସର୍ବସାଧାରଣରେ ଯେଉଁ ଗୁଜବ ପ୍ରଚାର ହୋଇଛି ସେ ସଂକ୍ରାନ୍ତରେ ସ୍ପଷ୍ଟିକରଣ ଦେଇ ଶ୍ରୀ ଅଗ୍ରୱାଲ କହିଛନ୍ତି, ଅତି ଅଧିକ ତାପମାତ୍ରାରେ କରୋନା ଭୂତାଣୁ ନଷ୍ଟ ହେବାର ଏପର୍ଯ୍ୟନ୍ତ କୌଣସି ପକ୍କା ପ୍ରମାଣ ମିଳିନାହିଁ କିମ୍ବା ଏ ସଂକ୍ରାନ୍ତରେ କୌଣସି ଅଧ୍ୟୟନ କରାଯାଇ ନାହିଁ। ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ରୁବିନା ଅଲୀ ଇରାନରେ ଅଟକି ରହିଥିବା ଭାରତୀୟମାନଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି, ଇରାନରୁ ୧୫୦ରୁ ୩୦୦ ପର୍ଯ୍ୟନ୍ତ ଭାରତୀୟଙ୍କୁ ଖୁବ ଶୀଘ୍ର ଅଣାଯିବ। ଏହି କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ କରାଯିବ ବୋଲି ସେ କହିଛନ୍ତି। ଶୁକ୍ରବାର ଇରାନରୁ ୨୦୦ ଭାରତୀୟ ଆସି ମୁମ୍ବାଇରେ ପହଞ୍ଚିବେ ଓ ସେମାନଙ୍କୁ ୧୪ ଦିନ ପାଇଁ ରାଜସ୍ଥାନର ଜୈସଲମରକୁ ପଠାଇ ଦିଆଯିବ ବୋଲି  ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦର ମୁଖ୍ୟ ବୈଜ୍ଞାନିକ ଡକ୍ଟର ରମଣ ଗଙ୍ଗାଖେଦକର କହିଛନ୍ତି, କରୋନା ଭୂତାଣୁକୁ ପୃଥକ ରଖିବାରେ ପରିଷଦ ସଫଳ ହୋଇଛି ଓ ଏହା ପାଇଁ ଏକ ପ୍ରତିଷେଧକ ବାହାର କରିବାକୁ ପ୍ରାୟ ଦୁଇ ବର୍ଷ ସମୟ ଲାଗିଯିବ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories