କଟକ : ହୋଲିଖେଳ ସାରି କାଠଯୋଡ଼ି ନଦୀର ୪୨- ମୌଜା ଘାଟରେ ଗାଧୋଉଥିବା ସମୟରେ ବୁଡ଼ି ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦୁଇଜଣ କଟକ ନେତାଜୀନଗରର ବୋଲି ଜଣାପଡ଼ିଛି। ଗାଧୋଉଥିବା ସମୟରେ ଅସାବଧାନତା ହେତୁ ଜଣଙ୍କର ଗୋଡ଼ ଖସିଯାଇଥିବା ବେଳେ ଅନ୍ୟ ଜଣେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ବୁଡ଼ିଯାଇଥିଲେ ବୋଲି ସ୍ଥାନୀୟ
ଲୋକେ କହିଛନ୍ତି।
ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ସେମାନଙ୍କୁ ଉଦ୍ଧାର କରି କଟକ ବଡମେଡ଼ିକାଲ ପଠାଇଥିଲା। ତେବେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।



