ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲଗୋପାଲପୁରଠାରେ ଥିବା ଇମାମି କାଗଜ କଳରେ ମଙ୍ଗଳବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି।
ନିଆଁ ଲିଭାଇବା କାର୍ଯ୍ୟରେ ୫ଟି ଦମକଳ ଓ ଏନ୍ଡିଆରଏଫ୍ ଟିମ୍କୁ ନିୟୋଜିତ କରାଯାଇଥିଲା। କାଗଜ କଳର ଅଗ୍ନିଶମ ବାହିନୀ ମଧ୍ୟ ଏଥିରେ ନିୟୋଜିତ ହୋଇଥିଲେ। କାଗଜ ମଣ୍ଡ ଷ୍ଟୋର୍ ରୁମରେ ନିଆଁ ଲାଗିଯାଇଥିବା କାରଖାନାର ମ୍ୟାନେଜର ମନୋଜ କୁମାର ପାଢ଼ୀ ସୂଚନା ଦେଇଛନ୍ତି। ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଖବର ମିଳିଛି। ତେବେ ଅଗ୍ନିକାଣ୍ଡର କାରଣ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଗତ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଏଠାରେ ଏହି ଅଘଟଣ ଘଟିଛି।




