www.samajalive.in
Sunday, December 7, 2025
15.1 C
Bhubaneswar

ଭାରତୀୟ ମହିଳା କ୍ରିକେଟ୍‌ ଦଳ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବ : କୃଷ୍ଣମୂର୍ତ୍ତି

ମେଲବୋର୍ଣ୍ଣ  : ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ରେ ରବିବାର ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ। ପ୍ରଥମଥର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଦଳ ବିଶ୍ବକପ୍ ଚମ୍ପିଆନ୍‌ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଏହି ଦଳର ବରିଷ୍ଠ ଖେଳାଳି ବେଦା କୃଷ୍ଣମୂର୍ତ୍ତି।
ଟୁର୍ଣ୍ଣାମେଣ୍ଟର ୱେବସାଇଟ୍‌ରେ କୃଷ୍ଣମୂର୍ତ୍ତି ଦର୍ଶାଇଛନ୍ତି ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟର ଲିଗ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଯାହାକି ଦଳକୁ ମାନସିକ ଭାବେ ଦୃଢ଼ କରିଛି। ସେହିପରି ସେ ଭାଗ୍ୟକୁ ବେଶ୍‌ ବିଶ୍ବାସ କରନ୍ତି ଏବଂ ଭାରତୀୟ ଦଳ ଚଳିତଥର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଚମ୍ପିଆନ୍‌ ହେବା ପୂର୍ବ ନିର୍ଦ୍ଧାରିତ ବୋଲି କୃଷ୍ଣମୂର୍ତ୍ତି ମତ ଦେଇଛନ୍ତି।

Image Credit : womenscriczone.com

ସୂଚନାଥାଉକି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ତେବେ ଭାରତୀୟ ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍‌ ଜିତିଥିବାରୁ ଫାଇନାଲରେ ଖେଳିବାର ସୁଯୋଗ ପାଇଥିଲା। ଭାରତୀୟ ଦଳ ୨୦୧୭ ଦିନିକିଆ ବିଶ୍ବକପ୍‌ର ଫାଇନାଲ୍‌ରେ ପ୍ରବେଶ କରି ହାରିଥିବା ବେଳେ ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚମ୍ପିଆନ୍ ହେବାର ସ୍ବାଦ ଚାଖିବ ବୋଲି କୃଷ୍ଣମୂର୍ତ୍ତି କହିଛନ୍ତି। ଫାଇନାଲ୍‌ ମ୍ୟାଚ୍‌ ନିମନ୍ତେ ଭାରତୀୟ କ୍ରିକେଟର୍‌ ଅଧିକ ଚାପଗ୍ରସ୍ତ ନ ହୋଇ ନିଜର ସ୍ବାଭାବିକ ଖେଳ ପ୍ରଦର୍ଶନ କରିବାକୁ କୃଷ୍ଣମୂର୍ତ୍ତି ପରାମର୍ଶ ଦେଇଛନ୍ତି।
ଚଳିତ ବିଶ୍ବକପ୍‌ରେ କୃଷ୍ଣମୂର୍ତ୍ତି ବ୍ୟକ୍ତିଗତ ଭାବେ ଏତେଟା ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ସେ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ୍‌ ଖେଳି ମାତ୍ର ୩୫ ରନ୍ ସଂଗ୍ରହ କରିଛନ୍ତି। ଏ ସଂପର୍କରେ ମତ ଦେଇ କୃଷ୍ଣମୂର୍ତ୍ତି କହିଛନ୍ତି ଯଦିଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରିନାହାନ୍ତି ତେବେ ସଫଳତା ହାସଲ କରିବାକୁ ପରିଶ୍ରମ କରିଆସୁଛନ୍ତି। ଫାଇନାଲ୍‌ରେ ସୁଯୋଗ ମିଳିଲେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ ପାଇଁ ପ୍ରୟାସ କରିବେ ବୋଲି କୃଷ୍ଣମୂର୍ତ୍ତି ସ୍ପଷ୍ଟ କରି ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories